ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ଦୁଇଟି ଗେଟ

ନବରଙ୍ଗପୁର: ଗୁରୁବାର ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଇନ୍ଦ୍ରାବତୀ ଡ୍ୟାମର ଦୁଇଟି ଗେଟ ଖୋଲା ଯାଇଛି। ଆଜି ସକାଳ ୧୧.୩୦ରେ ପ୍ରଥମେ ୬ନମ୍ବର ଓ ପରେ ୨ ନମ୍ବର ଗେଟ୍‌ ଖୋଲା ଯାଇଛି। ଫଳରେ କୋଶାଗୁମୁଣ୍ଡା ବ୍ଲକ୍‌ର ବିନ୍‌ଜିଲି, ଉକିଆପାଲି, ସାନମବଡା, ଘଟଗୁଡା, ଚିରମା ଗ୍ରାମପଞ୍ଚାୟତର ୧୮ଟି ଗ୍ରାମ ଓ ନବରଙ୍ଗପୁର ବ୍ଲକ୍‌ର ୪ଟି ଗ୍ରାମର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ତେବେ ଏହି ଦୁଇଟି ଗେଟ୍‌ ଦେଇ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୫୦ ଘନ ମିଟର ଜଳ ନିଷ୍କାସନ ହେଉଥିବା ବେଳେ ୨୨୦୦ଘନ ମିଟର ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି।

ସମ୍ବନ୍ଧିତ ଖବର