ସମ୍ବଲପୁର: ଓରମାସ ତରଫରୁ ପ୍ରତି ବର୍ଷ ଖରା ଦିନେ ସମ୍ବଲପୁରରେ ଖୋଲା ଯାଉଥିବା ଆମ୍ବ ହାଟ ‘ଅାମ୍ବ ପସରା’ ଚଳିତ ବର୍ଷ ଯଥେଷ୍ଟ ବିଳମ୍ବରେ ଖୋଲିଛି। ଜୁନ୍‌ ୧୩ ତାରିଖ ମଙ୍ଗଳବାର ସଂଧ୍ୟା ୬ଟାରେ ଜେଲ୍‌ଛକସ୍ଥିତ ଆହାର କେନ୍ଦ୍ରଠାରେ ଏହି ଅାମ୍ବ ପସରାକୁ ଜିଲ୍ଲାପାଳ ଅନନ୍ୟା ଦାସ ଉଦ୍‌ଘାଟନ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଖୋଲା ଯାଇଥିବା ଏହି ଆମ୍ବ ବଜାର ଜୁନ୍ ୨୦ ଯାଏ ଚାଲିବ। ପ୍ରତିଦିନ ସକାଳ ୮ଟାରୁ ସଂଧ୍ୟା ୮ଟା ଯାଏ ‌ବଜାର ଖୋଲା ରହିବ।

Advertisment

ଲୋକେ ଏହି ବଜାରରୁ ଆମ୍ରପଲ୍ଲୀ, ଲେଙ୍ଗଡ଼ା, ଦଶେରୀ, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ ଆଦି ଭଳିକି ଭଳି ସୁସ୍ବାଦୁ ଆମ୍ବ କିଣି ପାରିବେ। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଆଣିଥିବା ଉନ୍ନତ କିସମର ଆମ୍ବ ଗୁଡ଼ିକ ଏହି ବଜାରରେ ସୁଲଭ ମୂଲ୍ୟରେ ଉପଲବ୍‌ଧ ହେବ ବୋଲି ଓରମାସ ତରଫରୁ କହାଯାଇଛି। ମଙ୍ଗଳବାର ଉଦ୍‌ଘାଟନ ସମୟରେ ସମ୍ବଲପୁର ମହାନଗର ନିଗମ କମିସନର ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ରମେଶ ହାଁସଦା, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଓରମାସର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଡିପିଏମ ଓଏଲଏମ ଡ. ପୁଷ୍ପଶ୍ରୀ ନାୟକ, ଡିପିଏମ ମିସନ ଶକ୍ତି ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।