ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ଜାନୁଆରି ୩ ତାରିଖରୁ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ସର୍ବସାଧାରଣ ଭକ୍ତମାନଙ୍କ ଦର୍ଶନ ପାଇଁ ଜାନୁଆରି ୩ ତାରିଖରେ କୋଭିଡ ନିୟମପାଳନ ପୂର୍ବକ ଖୋଲାଯିବ ବୋଲି ଜିଲ୍ଲାପାଳ,  ସନତ କୁମାର ମହାନ୍ତି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧିନସ୍ଥ ଅଞ୍ଚଳରେ ଥିବା ମନ୍ଦିର ଏଥିରେ ଅନ୍ତର୍ଭୁକ୍ତ ନୁହନ୍ତି।

କୋଭିଡ-୧୯ ନିୟମ ପାଳନ ପୂର୍ବକ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ପରିଚାଳନା କମିଟି ତରଫରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ମନ୍ଦିର ଓ ଧର୍ମାନୁଷ୍ଠାନରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଙ୍ଗ କରାଯିବ। ସମସ୍ତ ଭକ୍ତ ମାସ୍କ ପିନ୍ଧି ମନ୍ଦିର ଓ ଧର୍ମାନୁଷ୍ଠାନକୁ ଯିବେ। ଦର୍ଶନ ସମୟରେ ୬ଫୁଟର ସାମାଜିକ ଦୂରତ୍ବ ରଖାଯିବ।

ଏହାବ୍ୟତୀତ ସମସ୍ତ ଭକ୍ତ ଦର୍ଶନାଥୀ ଭଲ ଭାବେ ହାତ ଧୋଇବା ଆବଶ୍ୟକ ଏବଂ ସାନିଟାଇଜର ବ୍ୟବହାର କରିବେ। ଧର୍ମାନୁଷ୍ଠାନ ଓ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମର ମୁଖ୍ୟ କୋଭିଡ ନିୟମ ପାଳନ ପାଇଁ ପଦକ୍ଷେପ ନେବେ। ତେବେ ନିରାପଦ ରହିବା ପାଇଁ ୬୫ବର୍ଷରୁ ଉର୍ଧ୍ବ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ରୋଗଗ୍ରସ୍ତ ବ୍ୟକ୍ତି ଏବଂ ୧୦ବର୍ଷରୁ କମ ବୟସ୍କ ପିଲାଙ୍କୁ ଜନଗହଳିକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ମନ୍ଦିର ଓ ଧର୍ମାନୁଷ୍ଠାନରେ କୌଣସି ବ୍ୟକ୍ତି କୋଭିଡ-୧୯ ନିୟମ ଉଲ୍ଲଂଘନ କରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ (ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫), ଏପିଡେମିକ ଡିଜିଡ ଆକ୍ଟ ୧୯୮୭ ଅନୁଯାୟୀ କାର୍ଯ୍ୟାନୁଷ୍ଟାନ ହେବ। ଏଥିପାଇଁ ସ୍ଥାନୀୟ ତହସିଲହାର ଏବଂ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ତରଫରୁ ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରାଯାଇ ଆବଶ୍ୟକ ପଦକ୍ଷେବ ନିଆଯିବ।

ସମ୍ବନ୍ଧିତ ଖବର