ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ରାଇରଙ୍ଗପୁର: ରାଜ୍ୟର ସର୍ବ ବୃହତ୍ତମ ଜିଲ୍ଲା ମୟୂରଭଞ୍ଜର ଦ୍ବିତୀୟ ସର୍ବ ଵୃହତ୍ତମ  ଉପଖଣ୍ଡ ହେଉଛି ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର  । ସଦର ଜିଲ୍ଲା ମହକୁମାର ବାମନଘାଟୀ ସିମାନ୍ତ ତିରିଂ ହେଉଛି ୧୨୦ କିମିରୁ ଊର୍ଦ୍ଧ୍ବ । ଵାମନଘାଟୀ ଉପଖଣ୍ଡ ୭ଟି ବ୍ଳକ ଏବଂ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ । ଏହି ଆଦିବାସୀ ଅଧ୍ୟୁଷିତ ବାମନଘାଟି ଉପଖଣ୍ଡର ଅଧିକାଂଶ ଅଂଚଳ ନଦୀ, ନାଳ, ପାହାଡ଼ ପର୍ବତ ଦୁର୍ଗମ ଅଞ୍ଚଳ ଅଟେ । ୬୦ ଭାଗରୁ ଊର୍ଦ୍ଧ୍ବ ଲୋକେ ଆଦିବାସୀ । ଅଧିକାଂଶ ଅଂଚଳ ଶିକ୍ଷା, ଗମନା ଗମନ, ବିଜୁଳି, ଗମନାଇମନ, ସ୍ବାସ୍ଥ୍ୟ, ଜଳସେଚନ ସବୁଥିରେ ପଛୁଆ ।

ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ତାହାର ସୁଫଳ ମିଳୁ ନାହିଁ । ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ ଅପହଞ୍ଚ ଓ ବହୁ ଦୂରରେ । ତେଣୁ ଚିର ଅବହେଳିତ ବାମନଘାଟୀ ଉପଖଣ୍ଡକୁ ସ୍ବତନ୍ତ୍ର ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ କିଛି ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି । ନୂତନ ଜିଲ୍ଲା ପାଇଁ ଉପଖଣ୍ଡ ବାସୀ ଅଣ୍ଟା ଭିଡିଲେଣି । ଏଥିପାଇଁ ସେମାନେ ବାମନଘାଟୀ ବନ୍ଦ, ଜିଲ୍ଲାପାଳଙ୍କୁ ଦାବିପତ୍ର, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ, ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିଭିନ୍ନ ଗଠନ ତରଫରୁ ଜିଲ୍ଲା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ନିକଟରେ ପଦ୍ମପୁର ଉପଖଣ୍ଡକୁ ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବାମନଘାଟୀ ଉପଖଣ୍ଡରେ ଜିଲ୍ଲା ଗଠନ ପାଇଁ ସବୁକିଛି ଭିତ୍ତିଭୂମି, ସରକାରୀ କାର୍ଯ୍ୟାଳୟ ଅଛି ।ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ସମୟରେ ୩୦ ଜିଲ୍ଲା ଗଠନ ସମୟରେ ରାଇରଙ୍ଗପୁର ଜିଲ୍ଲା ଦୁର୍ଭାଗ୍ୟ ବଶତଃ ଛାଡି ଦେଇଥିଲେ ।

ସେଥିପାଇଁ ସେ ନିଜକୁ ପର ମୁହୂର୍ତରେ ଅବଶୋଷ କରିଥିଲେ । ତେଣୁ ସବୁକିଛି ଭିତ୍ତିଭୂମି ଥାଇ ମଧ୍ୟ ରାଜ୍ୟ ସରକାର ରାଇରଙ୍ଗପୁର ଜିଲ୍ଲାକୁ ମାନ୍ୟତା ଦେବାପାଇଁ ଘୋଷଣା ନ କରିବା ଅଂଚଳବାସୀଙ୍କୁ ବ୍ୟଥିତ କରିଛି । ଏଥିପାଇଁ ଉପଖଣ୍ଡବାସୀ  ନୂତନ ଜିଲ୍ଲା ମାନ୍ୟତା ପାଇଁ ଅଣ୍ଟା ଭିଡିଛନ୍ତି । ଏହାକୁ ନେଇ ଆଜି ଠାରୁ ବାମନଘାଟୀ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ନୂତନ ଜିଲ୍ଲା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଶୁଭାରମ୍ଭ କରାଯାଇଛି ।

ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଫିତାକାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତ,ବର୍ଷିଆନ ବିଜେପି ନେତା ମନୋରଂଜନ ମହାନ୍ତି, ଆଡଭୋକେଟ ପ୍ରଭାସ କବି,ଅଧ୍ୟାପକ ବିଜୟ ରାମ,ଆଇନଜୀବୀ ରବି ଦାସ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବିଜେଡି ଯୁବ ନେତା ପିଙ୍କୁ ବଳ,କାଳୀ ପ୍ରସନ୍ନ ମହାନ୍ତି, କିଶୋର ରଜକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, କବି, ଲେଖକ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ଗଣ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । “ସମସ୍ତଙ୍କର ଗୋଟିଏ ସ୍ବର ସରକାର ଆମକୁ ରାଇରଙ୍ଗପୁର ଜିଲ୍ଲା ଦରକାର”।

ଆଜିଠାରୁ ଦୈନନ୍ଦିନ ଏହି ଧାରଣା ସ୍ଥଳରେ ଶୃଙ୍ଖଳାର ସହ ଧାରଣା ଦିଆଯିବ । ସମସ୍ତ ବାମନଘାଟୀ ଉପଖଣ୍ଡବାସୀ ଜାତି,ଦଳ,ଧର୍ମ ନିର୍ବିଶେଷରେ ସମସ୍ତେ ଏଠାକୁ ଆସି ବିପୁଳ ସମର୍ଥନ,ସହଯୋଗ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଦୋଳନର କ’ଣ ରୂପରେଖ ନିଆଯିବ ତାହା କ୍ରିୟାନୁଷ୍ଠାନ କମିଟି ଚିନ୍ତା କରିବ । ଯେପର୍ଯ୍ୟନ୍ତ ସରକାର ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା କରି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି ସର୍ବଦଳୀୟ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର