ଦେଓଗାଁ: ଦେଓଗାଁ ବ୍ଲକ୍‌ ମକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏକ ଠିକା କାମ ରାତିରେ କରାଯାଉଥିବା ଅଭିଯୋଗ କରି ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ସେମାନେ ସରପଞ୍ଚଙ୍କ ସ୍ବାମୀଙ୍କୁ ଘେରାଉ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

Advertisment

ସୂଚନା ଅନୁସାରେ, ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏକ ମରାମତି କାମ ଚାଲିଥିଲା। ଏହି କାମକୁ ସରପଞ୍ଚ ଜାନକୀ ସାହୁଙ୍କ ସ୍ୱାମୀ ତଦାରଖ କରୁଥିଲେ। ହେଲେ ରାତି ୮ଟା ସମୟରେ ଠିକା କାମ କରୁଥିବା ଲୋକମାନେ ପଞ୍ଚାୟତ ଅଫିସ ସମ୍ମୁଖରେ ରନ୍ଧାବଢ଼ା ମଧ୍ୟ କରୁଥିଲେ। ଏହାକୁ ବିରୋଧ କରି କିଛି ଗ୍ରାମବାସୀ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ। ଦିନରେ ନିମ୍ନମାନର କାମ କଲେ ଧରାପଡ଼ିବା ଆଶଙ୍କା ଥିବାରୁ ରାତିରେ କରୁଥିଲେ ବୋଲି ଅଭିଯୋଗ କରିଥିଲେ।

publive-image

ଏନେଇ ଜେଇ ଦିଲୀପ ସାହୁଙ୍କୁ ପଚାରିବାରୁ ରାତିରେ କାମ ‌କରାଯାଉଥିବା ଅଭିଯୋଗ ପାଇଛନ୍ତି, ହେଲେ ଏହା ତାଙ୍କ ଅଜାଣତରେ ହେଉଛି ବୋଲି ସେ କହିଛନ୍ତି। ପଞ୍ଚାୟତ ଇଓ ବୀରେନ୍ଦ୍ର ନାଗଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।