ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବୟକଟ କରିବେ କାର୍ଯ୍ୟରତ ସାମ୍ବାଦିକ ଜିଲ୍ଲାପାଳଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବାରିପଦା: ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଜିଲ୍ଲାପ୍ରଶାସନର କୌଣସି ସହଯୋଗ ରହୁନଥିବା ଅଭିଯୋଗ ହୋଇଛି। ଏପରିକି ସାମାଜିକ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଗଲେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମନ୍ବୟ ରକ୍ଷା କରିପାରୁନାହାନ୍ତି। ନିକଟରେ ଜିଲ୍ଲାା ସାରସକଣା ବ୍ଲକର ଝାରପୋଖରୀଆ ବସଷ୍ଟାଣ୍ଡରେ ଯାତ୍ରୀ ପ୍ରତିକ୍ଷାଳୟ, ଶୌଚାଳୟ, ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥା ହୋଇପାରୁନାହିଁ। ଦୀର୍ଘ ଦିନର ଦାବୀପରେ ମଧ୍ୟ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉନଥିବାରୁ ସ୍ଥାନୀୟ ସାମାଜିକ କର୍ମୀ ତଥା ଗଣମାଧ୍ୟମ ପ୍ରତିନିଧି କ୍ଷିରୋଦ ଚନ୍ଦ୍ର ଦାସ ଗତ ୫ ତାରିଖ ଠାରୁ ୨ୟ ଥର ପାଇଁ ଆମରଣ ଅନଶନରେ ବସିଥିଲେ।

ଦୀର୍ଘ ୫ ଦିନ ଧରି ତାଙ୍କ ନିକଟକୁ କେହି ପ୍ରସାଶନିକ ଅଧିକାରୀ ଯାଇ ଆଲୋଚନା ପୂର୍ବକ ସମାଧାନର ପନ୍ଥା ବାହାର କରି ନଥିବାରୁ ଗତକାଲି ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ମାତ୍ର  ଏହି ସମୟରେ ଜିଲ୍ଲାପାଳଙ୍କ ବ୍ୟବହାର ସନ୍ତୋଷଜନକ ନଥିଲଏା। ଏପରିକି ସମସ୍ୟାକୁ ନେଇ ମଧ୍ୟ ଜିଲ୍ଲାପାଳ କୌଣସି ଆଶ୍ବାସନା ଦେଇନଥିଲେ। ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ଦୁଖଃ ପ୍ରକାଶ କରିଥିଲେ ।

ଏହାର ପ୍ରତିବାଦ ସ୍ୱରୁପ ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରୀତ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘଟଣାର ପ୍ରତିବାଦ ଜଣାଇଥିଲେ। ବିଭିନ୍ନ ବିକାଶମୂଳକ କାମରେ ଜିଲ୍ଲାପାଳ ଓ ଜିଲ୍ଲାପ୍ରଶାସନ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁନଥିବାରୁ ଜିଲ୍ଲାପ୍ରସାଶନର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବୟକଟ କରାଯିବାର ନିଷ୍ପତ୍ତି ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର