ଭଦ୍ରକ: ସମ୍ପ୍ରତି ରାଜ୍ୟରେ ଆଳୁ, ପିଆଜ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ନିତ୍ୟବ୍ୟବହାର୍ଯ୍ୟ ଏବଂ ପରିବାପତ୍ରର ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି l କୋଭିଡ ସମୟରେ ସାଧାରଣ ଲୋକେ ଅର୍ଥନୈତିକ ବୋଝ ସହି ପାରୁ ନଥିବା ବେଳେ ପ୍ରତ୍ୟେକ ଜିନିଷର ଦରବୃଦ୍ଧି ଲୋକଙ୍କର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି l ମୁଖ୍ୟତଃ ପରିବାରର ସମସ୍ତ ବୋଝକୁ ମହିଳାମାନଙ୍କୁ ବୁଝିବାକୁ ପଡେ l ଏଣୁ ଏମାନେ ବିଶେଷ ଭାବରେ ଆକ୍ରାନ୍ତ l କେନ୍ଦ୍ରର ବିଜେପି ସରକାର ଅତି ଆବଶ୍ୟକ ଜିନିଷ ଉପରୁ ସରକାରୀ ନିୟନ୍ତ୍ରଣ ଉଠାଇ ନେବା ପାଇଁ ଆଇନ କରିବା ଏବଂ ରାଜ୍ୟର ବିଜେଡି ସରକାର ଏହାର କରିବା ହେତୁ ଆଜି ବଜାରରେ ପ୍ରତ୍ୟେକ ଜିନିଷର ଦରବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି l
ଗଣତାନ୍ତ୍ରିକ ମହିଳା ସମିତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏ ପ୍ରକାରର ଜନ ବିରୋଧୀ ଆଇନକୁ ବିରୋଧ କରିବା ସହିତ ରାଜ୍ୟରେ ରାଜ୍ୟ ସରକାର ପ୍ରତେକଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଶସ୍ତା ଦରରେ ଉପଲବ୍ଧ କରିବା ପାଇଁ ସରକାରଙ୍କ ପାଖରେ ଦାବି କରି ଆଜି ଭଦ୍ରକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ସର୍ବ ଭାରତୀୟ ସମ୍ପାଦିକା ତାପସି ପ୍ରହରାଜ ଏବଂ ସଂଗଠନର ରାଜ୍ୟ ସମ୍ପାଦିକା ସନ୍ଧ୍ୟା ଦାସ ମଜୁମଦାର ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ l ଭୋଟ ସମୟରେ ମିଠା ପ୍ରତିଶ୍ରୁତି, ମାତ୍ର ଭୋଟ ସରିଗଲା ପରେ ଲୋକଙ୍କ ଜୀବନ ଜୀବିକା ଉପରେ ଆକ୍ରମଣ ଆରଂଭ ହେଉଛି l କେନ୍ଦ୍ର ସରକାରଙ୍କ ନା ନେଇ ରାଜ୍ୟ ସରକାର କୌଣସି ବ୍ୟବସ୍ତା ନ ନେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ l
ଆଗାମୀ ଦିନରେ ଗଣତାନ୍ତ୍ରିକ ମହିଳା ସମିତି ବ୍ୟାପକ ଆନ୍ଦୋଳନ କରିବ ବୋଲି ଆହ୍ୱାନ ଦିଆଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ହରିପ୍ରିୟା ଜେନା, ସମ୍ପାଦିକା ସ୍ନେହଲତା ପଣ୍ଡା, ଈସାନି ଷଡ଼ଙ୍ଗୀ, ନେତ୍ରୀ ବକ୍ତବ୍ୟ ରଖିଥିଲେ l ଆଜିର ପ୍ରତିବାଦ ଏକ ଅଭିନଵ ଢଙ୍ଗରେ କରାଯାଇଥିଲା l ବିଭିନ୍ନ ପରିବା, ଫଳ ଓ ମିଠା ପ୍ରଭୁତି ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନଵୀନ ପଟନାୟକ ଙ୍କୁ ଦୀପାବଳି ଉପହାର ଭାବେ ପଠାଇବା ପାଇଁ ଆଣିଥିଲେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/IMG-20201113-WA0041.jpg)