ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବଦଳିକୁ ନେଇ ପାପରମେଟେଲା ପଞ୍ଚାୟତରେ ଅସନ୍ତୋଷ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଠାରେ ଆଜି ପାପରମେଟେଲା ସବସେଣ୍ଟରର ମହିଳା ସ୍ୱାସ୍ଥ୍ୟକର୍ମୀ ଅନିମା ବିଶ୍ୱାସଙ୍କ ବଦକିକୁ ବାତିଲ କରାନଯିବା ପ୍ରତିବାଦରେ ପିତାମ୍ବର ଖେମୁଡୁଙ୍କ ନେତୃତ୍ୱରେ ପାପରମେଟେଲା ପଞ୍ଚାୟତର କିଛି ଗ୍ରାମର ଶତାଧିକ  ଜନସାଧାରଣ ଏକତ୍ରିତ ହୋଇ ଅସନ୍ତୋଷ ଦେଖାଯାଇଛନ୍ତି। ଅନିମା ବିଶ୍ୱାସ ଜଣେ ଲାଞ୍ଚୁଆ କର୍ମଚାରୀ । ମଶାରୀ ବାଣ୍ଟିବା, ପିଲା ଜନ୍ମ ପଞ୍ଜିକରଣ, ଡେଲିଭରି ସମୟରେ ଲାଞ୍ଚ  ଟଙ୍କା ମାଗି କାମ  କରୁଥିବାରୁ ଆମେ ତାଙ୍କ ନାମରେ ଜିଲାପାଳଙ୍କୁ ଜଣାଇ ଥିଲୁ, ଜିଲାପାଳ ତାଙ୍କୁ ବଦଳି କରିଛନ୍ତି ମାତ୍ର ପାପରମେଟେଲା ପଞ୍ଚାୟତର କିଛି ବ୍ୟକ୍ତି ତାଙ୍କ ବଦଳିକୁ ବାତିଲ କରିବାକୁ ଲାଗିଥିବାରୁ ସେମାନେ ଘୋର ପ୍ରତିବାଦ କରିଥିଲେ। ସେହିଭଳି ଲାଞ୍ଚୁଆ କର୍ମଚାରୀଙ୍କୁ ଆମ ପଞ୍ଚାୟତରେ ଆଉ ପୁରାଇବୁ ନାହିଁ ବୋଲି ସ୍ୱର ଉଠାଇଥିଲେ।

ପ୍ରକାଶ ଥାଉକି  ମହିଳା ସ୍ୱାସ୍ଥ୍ୟକର୍ମୀ ଅନିମା ବିଶ୍ୱାସ ବଦଳିକୁ ନେଇ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତର ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି  । ପାପରମେଟେଲା ପଞ୍ଚାୟତର କିଛି ଗ୍ରାମର ଲୋକ ଅନିମାଙ୍କ ବିପକ୍ଷରେ  ଜିଲାପାଳ, ବିଧାୟକ ଓ ସାଂସଦଙ୍କୁ ଭେଟି ଅଭିଯୋଗ କରି ବଦଳି କରିଥିବା ବେଳେ ପାପରମେଟେଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତାପ ଗଲରି ଏବଂ ପୂର୍ବତନ ସମିତି ସଭ୍ୟ ଦମ୍ବୁ ଗଲରି ନେତୃତ୍ୱରେ ସେହି ପଞ୍ଚାୟତର ଅନ୍ୟ କିଛି ଗ୍ରାମର ଗ୍ରାମବାସୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର କାମକୁ ଭଲ ଦର୍ଶାଇ ବଦଳିକୁ ବାତିଲ କରିବାକୁ ଜିଲାପାଳ ଏବଂ ସିଡିଏମଓ ଅନୁରୋଧ  କରିଥିବା ଦେଖିବାକୁ ମିଳିଛି।

ଗୋଟିଏ ପଟେ  କିଛି ଗ୍ରାମର ଲୋକ  ମହିଳା ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନାମରେ ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ କରିଥିବା ବେଳେ ସମାନ ପଞ୍ଚାୟତ ଅନ୍ୟ ଆଉ କିଛି ଗ୍ରାମର ଜନସାଧାରଣ ତାଙ୍କ ସପକ୍ଷରେ ବାହାରୁଛନ୍ତି, ପାପରମେଟେଲା ପଞ୍ଚାୟତରେ ଦେଖାଦେଇଥିବା ଏହି ଅସନ୍ତୋଷର ସମାଧାନ ପ୍ରଶାସନ କିପରି କରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର