ବନ୍ତଳା: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ମଦମୃତ୍ୟୁ ଘଟଣାରେ ଆଜି ଗର୍ଜିଛନ୍ତି ବିରୋଧୀ` ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପଥରଗଡ଼ ଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏ ଅଘଟଣ ପାଇଁ ସେ ଜିଲ୍ଲା ଅବକାରୀ ବିଭାଗକୁ ଦାୟୀ କରିଛନ୍ତି।

Advertisment

publive-image

ବିରୋଧୀମାନେ କହିଛନ୍ତି, ଗାଁ ଗଣ୍ଡାରେ ମଦର ବନ୍ୟା ଛୁଟିଲାଣି। ବେଆଇନ ଚୋରା ମଦ ଧରପଗଡ଼ ନାହିଁ। ସେଥିପାଇଁ ଅଘଟଣ ଘଟି ଚାଲିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇଛି। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ମାଗଣା ଚିକିତ୍ସା ସହିତ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ସଦସ୍ୟମାନେ ଆଜି ଗାଁରେ ପହଂଚି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।