ଆନନ୍ଦପୁର: କେନ୍ଦୁଝରଠାରୁ ପାରାଦୀପକୁ ପାଇପ୍ ଲାଇନ୍ ଯୋଗେ ଲୁହାପଥର ପରିବହନ ପାଇଁ କାମ ଚାଲିଛି। ଏଥିପାଇଁ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଲୁହାପାଇପ୍ ପକାଯାଉଛି। ତେବେ ଘସିପୁରାରେ କେତେକ ସ୍ଥାନରେ ଲୋକମାନଙ୍କ ପଟ୍ଟାଭୁକ୍ତ ଜମିରେ ପାଇପ୍ ପକାଯିବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଏହାକୁ ଜମି ମାଲିକମାନେ ବିରୋଧ କରିଥିଲେ। ଘସିପୁରା ରାଜସ୍ବ ବିଭାଗର କର୍ମଚାରୀ ପହଞ୍ଚି ଜମି ମାପ କରିବାରୁ ପଟ୍ଟାଭୁକ୍ତ ଜମିରେ ଏହା ଯାଉଥିବା ମଧ୍ୟ ଜଣାପଡ଼ିଥିଲା। ଜମି ମାଲିକମାନେ ଏହାକୁ ବିରୋଧ କରିବାକୁ ଆଜି କାମ ବନ୍ଦ ରହିଛି। ଜମି ମାଲିକମାନେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରି ପାଇପ୍ ଲାଇନ୍ ପକାଇବାକୁ ଦାବି କରିଥିଲେ। ଏଥିରେ କିଛି ଦଲାଲ ହସ୍ତକ୍ଷେପ କରୁଥିବାରୁ ମଧ୍ୟ ଗୁରୁତର ସମସ୍ୟା ଦେଖା ଦେଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।