ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ବିରୋଧ କରି ଶନିବାର ୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଅଭିଭାବକମାନେ ରିଆମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଆସି ଘେରାଉ କରିବା ସହିତ ହୋହଲ୍ଲା କରିଥିଲେ।
ସୂଚନା ଅନୁସାରେ ଏହି ବିଦ୍ୟାଳୟରୁ ଶିକ୍ଷକ ମାନଭଞ୍ଜନ ନାୟକଙ୍କୁ ଶନିବାର ଶିକ୍ଷା ବିଭାଗ ପକ୍ଷରୁ ମାଝୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଥିଲେ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ବର୍ତ୍ତମାନ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ବେଳେ ଆଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ପଡୁଛି।
ମାତ୍ର ପରିତାପର ବିଷୟ ଶିକ୍ଷକ ନିଯୁକ୍ତି ଜାଗାରେ ଆଉ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବାର୍ଷିକ ପରୀକ୍ଷା ଆଉ ମାସେ କି ଦୁଇ ମାସ ରହିଲା।ଏହି ସମୟରେ ଶିକ୍ଷକ ବଦଳି ହେଲେ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟିବ।
/sambad/media/media_files/2025/01/18/guxDR0Xa2FIvVukOtff1.jpeg)
ଅଧିକ ପଢ଼ନ୍ତୁ: ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ତେଣୁ ବଦଳିକୁ ବିରୋଧ କରି ବହୁ ଅଭିଭାବକ ଆସି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ।ଅଭିଭାବକଙ୍କ ଅଭିଯୋଗ ଆଧାରରେ ଶିକ୍ଷକ ବଦଳିକୁ ସ୍ଥଗିତ ରଖାଯାଇଛି। ଫଳରେ ଅଭିଭାବକମାନେ ଚାଲିଯାଇଥିଲେ। ଯଦି ପୁନର୍ବାର ଏଭଳି ସମସ୍ୟା ଦେଖାଦିଏ ତାହାଲେ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଜିଓଠାରୁ ଶସ୍ତାରେ ଦୁଇଗୁଣ ଅଧିକ ଡାଟା ଦେଉଛି ଏହି କମ୍ପାନୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/18/7ZlG34PhsfBW5TQafWo4.jpeg)