କାର୍ଯ୍ୟରୁ ଅନ୍ତର ଓପଟିସିଏଲ୍ ସୁରକ୍ଷାକର୍ମୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ଜୟପୁର: ଓପିଟିସିଏଲର ସୁରକ୍ଷା କର୍ମୀ ଭାବେ ଆଉଟସୋର୍ସିଂ ସଂସ୍ଥା ଗଂଜାମ ସିକ୍ୟୁରିଟି ସର୍ଭିସ ଦ୍ବାରା ନିଯୁକ୍ତି ଦିଆଯାଇଥିଲା। ତେବେ ଏହାରି ମଧ୍ୟରେ ଏହି ସୁରକ୍ଷା କର୍ମୀ ମାନଙ୍କୁ କାର୍ଯ୍ୟରୁ ସଂସ୍ଥା ଅନ୍ତର କରିଥିଲା। ଏହାକୁ ନେଇ ସୁରକ୍ଷା କର୍ମୀ ମାନେ ଦୀର୍ଘ ଦିନ ଧରି ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖ ଏବଂ ଜାତୀୟ ରାଜପଥ ଆଦିରେ ଧାରଣା‌ ଦେଇ ପୁନଃନିଯୁକ୍ତି ଏବଂ ବକେୟା ଭତ୍ତା, ବୋନସ ଆଦି ପ୍ରଦାନ କରିବାକୁ ଦାବି କରିଥିଲେ। ଏମାନଙ୍କ ମଧ୍ୟରୁ ୩୩ଜଣ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ ବି ଦାଖଲ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ଗତ ୭ତାରିଖ ଦିନ ଜିଲ୍ଲାଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଓପିଟିସିଏଲର ଅଧିକାରୀ, ଆଟସୋର୍ସିଂ ସିକ୍ୟୁରିଟି ସଂସ୍ଥାର ପରିଚାଳକ ବିଧାନ ଚନ୍ଦ୍ର ପଣ୍ଡା, ଶ୍ରମିକ ନେତା ଯୁଧିଷ୍ଠିର ରାଉଳ, ‌ପ୍ରମୋଦ କୁମାର ମହାନ୍ତି ଓ ଅଭିଯୋଗକାରୀ ସୁରକ୍ଷାକର୍ମୀଙ୍କୁ ଆଲୋଚନା କରିଥିଲେ। ବୋନସ୍ ଦେବାକୁ ସିକ୍ୟୁରିଟି ସଂସ୍ଥାର ପରିଚାଳକ ପ୍ରତିଶ୍ରୃତି ଦେଇଥିଲେ। ଅନ୍ୟ ପକ୍ଷରେ ଆଜି ପୁଣି କାର୍ଯ୍ୟରୁ ଅନ୍ତର ହୋଇଥିବା ସୁରକ୍ଷା କର୍ମୀ ମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ପ୍ରତିବାଦ କରି ଧାରଣା ଦେଇଥିଲେ। ତୁରନ୍ତ ସେମାନଙ୍କୁ ସଂସ୍ଥା ପକ୍ଷରୁ ପୁନଃ ନିଯୁକ୍ତି ଦାବି କରିଥିଲେ। ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯଦି ହେଉ ନାହିଁ ତେବେ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଏମାନେ ଦାବି କରି ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର