ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ‘ସୁନେତ୍ର’ କାର୍ଯ୍ୟକ୍ରମରେ ଜିଲ୍ଲାର ୩ ହଜାର ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ କରାଯିବ। ଏହି ପରିପ୍ରେକ୍ଷିରେ ମଙ୍ଗଳବାର ସ୍ଥାନୀୟ ଭବାନୀଶଙ୍କର ଉଚ୍ଚବିଦ୍ୟାଳୟରେ ୬୬ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରବିକ୍ରମ ସିଂହଦେଓ ଓ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଚାଷମା ବଣ୍ଟନ କରିଥିଲେ। ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଶ୍ବିନୀ କୁମାର ହୋତା ଓ ଗୋଷ୍ଠୀ ସମ୍ବଳ ଶିକ୍ଷକ ଅଶ୍ବିନୀ କୁମାର ସୁନା ସହଯୋଗ କରିଥିଲେ। ପ୍ୟାରୀମୋହନ ନାୟକ ଧନ୍ୟବାଦ ଦେଇଥିଲେ।
ଛାତ୍ରଛାତ୍ରୀଙ୍କୁ ‘ସୁନେତ୍ର’ରେ ଚଷମା ବଣ୍ଟନ
/sambad/media/post_attachments/wp-content/uploads/2023/01/a0ddc4e0-28c0-4658-8896-e3781afefcc9.jpg)