ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାଲିଆପଟା ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ

ଭଞ୍ଜନଗର: ଭଞ୍ଜନଗର ବ୍ଳକ୍ ବାଲିଆପଟା ଗ୍ରାମରେ ଗତ ମାସ ୩୦ ତାରିଖ ଦିନ ରାତିରେ ନିଆଁ ଲାଗି ଗ୍ରାମର ୧୨ ପରିବାର ସର୍ବସ୍ବାନ୍ତ ହୋଇଥିଲା। ଏହାପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହୟତା ପ୍ରଦାନ କରାଯାଉଛି। ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘର ଉତ୍ତର ଘୁମୁସର ବନଖଣ୍ଡର କାର୍ଯ୍ୟକର୍ତ୍ତାମାନେ ଉକ୍ତ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନମାନଙ୍କ ସହ ଆଲୋଚନା କରିବା ସହ ନିଆଁ ଲାଗିବା ପରେ ଖାଇବା ପିଇବା ଓ ରହିବା ଆଦି ସଂର୍ପକରେ ପଚାରି ବୁଝିଥିଲେ।

ଏଥିସହ ସଂଘ ପକ୍ଷରୁ ମହିଳାମାନଙ୍କ ପାଇଁ ଲୁଗା ଓ ପୁରୁଷମାନଙ୍କ ପାଇଁ ଲୁଙ୍ଗି ଚାଦର ସହ ଚାଉଳ ଓ ତେଜରାତି ସାମଗ୍ରୀ ପ୍ରଦାନ କରିଥିଲେ। ଏଥିରେ ସଂଘର ସଭାପତି ଚନ୍ଦ୍ରଶେଖର ପାଣିଗ୍ରାହୀ,ସମ୍ପାଦକ ଜିତେନ୍ଦ୍ର ସେଠୀ,ଉପଦେଷ୍ଟା ଅଭିମନ୍ୟୁ ମଲ୍ଳିକ,ତାରସିଂ ବନପାଳ କଳାବଦନ ଦାଶ,ଗାୟତ୍ରୀ ଦାଶ,ଶଭଶ୍ମତି ପାତ୍ର,ସୁଶ୍ରୀ ଅନୁରାଧା,ଅଶୋକ ସ୍ବାଇଁ,ଦିଲ୍ଲିପ କୁମାର ଦାଶ ପ୍ରମୁଖ ଉପସ୍ଥିତି ରହିଥିଲେ। ଏହାପରେ ୫୨ ନମ୍ବର ଜିଲ୍ଲାପରିଷଦ ଜୋନ ପକ୍ଷରୁ ଜିଲ୍ଲା ପରିଷଦ ସଦସ୍ୟା ଭାଗ୍ୟଲତା ସେଠୀ ମଧ୍ୟ ସହାୟତା ପ୍ରଦାନ କରିଥିଲେ। ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିଲା। ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ପଟି ଜୋତା,ପୋଷାକ ଆଦି ପୁରାତନ ଛାତ୍ରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା।

 

ସମ୍ବନ୍ଧିତ ଖବର