୮ ଦିନ ପୂର୍ବରୁ ନିଖୋଜ ଥିଲେ ଓଏସ୍‌ଏପି ଯବାନ; ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋରାପୁଟ: ସ୍ଥାନୀୟ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥ ସଂରକ୍ଷିତ ଜଂଘଲରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଯାବନଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଯବାନ ଜଣକ ହେଲେ ଓଏସଏପି ତୃତୀୟ ବାଟାଲିୟନର ସିପାହୀ । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁର ଦୀପକ ଡୁଙ୍ଗ ଡୁଙ୍ଗ(୩୬) ବୋଲି ଜଣାପଡିଛି । ଗତକାଲି ଦୀପକଙ୍କ ପତ୍ନୀ ପୁନମଜୁୁତ ଡୁଙ୍ଗଡୁଙ୍ଗ ଟାଉନଥାନାରେ ଦୀପକ ନିଖୋଜ ଥିବାନେଇ ଏକ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ମିଳିଥିବା ସୂଚନା ମୁତାବକ ଗତ ବୁଧବାର (୨୪ ନଭେମ୍ବର) ଠାରୁ ଦୀପକ ନିଖୋଜ ଥିଲେ। ନିଖୋଜ ହେବା ପୂର୍ବରୁ ଦୀପକ ସେହିଦିନ ଶେଷ ଥର ପାଇଁ ପୁନମଙ୍କ ସହ କଥା ହୋଇଥିଲେ। ଏହା ପରଠାରୁ ତାଙ୍କ ସହ ପୁନମ ଯୋଗାଯୋଗ କରିପାରି ନ ଥିଲେ। ୬ ଦିନ ପରେ କୋରାପୁଟ ଟାଉନ ଥାନାକୁ ଆସି ସେ ଅଭିଯୋଗ ଦେଇଥିଲେ ।

ଆଜି ଏହି ସଂରକ୍ଷିତ ଜଂଘଲରେ ର ଏକ ଗଛରେ ଝୁଲୁଥୁବା ଅବସ୍ଥାରେ ତାଙ୍କ ମୃତଦେହକୁ ଦେଖିବାକୁ ମିଳିଥିଲା । ସୂଚନାପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଓ ତାଙ୍କ ପରିବାର ପହଞ୍ଚି ଶବକୁ ଜବତ କରିଛି ଓ ଶବ ବାହାର କରି ବ୍ୟବଛେଦ ପାଇଁ ପ୍ରକିୟା ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ କ’ଣ ପୁଲିସ ତଦନ୍ତ କରୁଛି। ପୁଲିସ ସହ ଫରେନସିକ୍‌ ଟିମ୍‌ ଓ ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିବା ଜଣାପଡିଛି । ଦୁଇଦିନ ପରେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି । ତେବେ ସେ ୬ ଦିନ ଧରି ତୃତୀୟ ବାଟାଲିୟନରୁ ନିଖୋଜ ହେବା ପରେ କାହିଁକି କତ୍ତୃପକ୍ଷ ଜାଣି ପାରିଲେନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । କିପରି ଓ କେଉଁ ପରିସ୍ଥିତିରେ ଦୀପକ ଏହି ଜଙ୍ଗଲକୁ ଆସିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର