ହୃଦଘାତରେ ସିପାହୀଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଓଏସଏପି ତୃତୀୟ ବାଟାଲିଆନ୍‌ର ପୂର୍ଣ୍ଣଚନ୍ଦ୍ର ପନକା (୪୦)ଙ୍କର ମଙ୍ଗଳବାର ହୃଦଘାତରେ ମୃତ୍ୟୁ ହୋଇଛିା ଆଜି ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସାଥି ସିପାହୀମାନେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛିା

ପ୍ରକାଶ ଥାଉକି ଗତ ସପ୍ତାହରେ ଲକ୍ଷ୍ମୀପୁର କୋଡିଙ୍ଗାମାଳି ଖଣିଖନନକୁ ବିରୋଧ କରି ୨୨ଖଣ୍ଡ ଗ୍ରାମବାସୀ ୯ଦିନ ଧରି ରାସ୍ତାରୋକ କରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଓଏସଏପି ତୃତୀୟ ବାଟାଲିଆନ୍‌ର ସିପାହୀମାନଙ୍କୁ ଆଇନଶୃଙ୍ଗଳା ପାଇଁ ଲକ୍ଷ୍ମୀପୁରକୁ ଆଣିଥିଲେ, ଯେଉଁଥିରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସାମିଲ୍‌ ଥିଲୋ ସିପାହୀ ପୂର୍ଣ୍ଣଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟର ପନକା ସାହି ବୋଲି ଜଣାପଡିଛିା ଶବବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛିା

ସିପାହୀଙ୍କ ମୃତ୍ୟୁର ଖବର ପାଇ ଲକ୍ଷ୍ମୀପୁର ଏସଡିପିଓ ଅଶ୍ୱିନୀ କୁମାର ନାୟକ, ଆଇଆଇସି ଗୌରହରି ସାହୁ, ସବ ଇନସ୍‌ପେକ୍ଟର ସମ୍ବିତ ସ୍ୱାଇଁ, ଏଏସଆଇ ଛବିନ୍ଦ୍ର ନାୟକ, ମନୋରଞ୍ଜନ ସାହୁ ପ୍ରମୁଖ ପହଞ୍ଚିଥିଲୋ

ସମ୍ବନ୍ଧିତ ଖବର