ସମ୍ବଲପୁର:ଶ୍ୟାମ ମେଟାଲିକ୍‌ସର ୩ଟି ୟୁନିଟ୍‌କୁ ସିଲ୍‌ କଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ

ସମ୍ବଲପୁର: ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ରେଙ୍ଗଲି ଥାନା ଅନ୍ତର୍ଗତ ପଣ୍ଡଲାମ ଠାରେ ଥିବା ଶ୍ୟାମ୍‌ ମେଟାଲିକ କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତ ପାଳନ କରିବାରେ ବିଫଳ ହେବା ପରେ ଆଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଲଙ୍କ ଠାରୁ ଶ୍ୟାମ ମେଟାଲିକ୍‌ର ୩ଟି ୟୁନିଟ୍‌ ସିଲ କରିବା ପାଇଁ ଅନୁମତି ପାଇବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଆଞ୍ଚଳିକ କେନ୍ଦ୍ରର ଅଧିକାରୀ ଦିଲ୍ଲିପ ଦାସଙ୍କ ନେତୃତ୍ୱରେ ଯାଇଥିବା ଅଧିକାରୀମାନେ ଉପଜିଲ୍ଲାପାଳ ପ୍ରଦୀପ ସାହୁ . ପୁଲିସ ଇନସପେକ୍ତ୍ଟର ସୁବାସ ମିଶ୍ରଙ୍କ ଉପସ୍ଥିତିରେ ଶ୍ୟାମ ମେଟାଲିକ୍‌ସ ର ୩ଟି ୟୁନିଟ୍‌କୁ ସିଲ କରିଛନ୍ତି।
ସୂଚନାଯାଗ୍ୟ ଯେ ଶ୍ୟାମ କେମଟାଲିକ୍‌ସର ୭ଟି ୟୁନିଟ୍‌ ମଧ୍ୟରୁ ୩ଟି ୟୁନିଟ୍‌ ପ୍ରଦୂଷଣ ନିୟନ୍ତ୍ରଣ ଜନିତ ସର୍ତ୍ତ ପାଳନ କ୍ଷେତ୍ରରେ ବିଫଳ ହୋଇଥିବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପୂର୍ବରୁ ଶ୍ୟାମ ମେଟାଲିକ୍ସକୁ ନୋଟି ଜାରି କରିବା ସହିତ ସର୍ତ୍ତ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ଦିଗରେ କମ୍ପାନି କର୍ତ୍ତୃପକ୍ଷ ଗୁୁରୁତ୍ୱ ନ ଦେବାରୁ ଆଜି କମ୍ପାନିର ୩ଟି ୟୁନିଟକୁ ବନ୍ଦ କରି ଦିଆଯିବା ସହିତ ବିଦ୍ୟୁତ ସଂଯୋଗ ବିଛିନ୍ନ କରି ଦିଆଯାଇଛି।

ସମ୍ବନ୍ଧିତ ଖବର