ଜୟପୁର ଓଏସଆରଟିସି ଜୋନ ଖୋଲିବା ପରେ ଗାଡି ଚଳାଇବା ପାଇଁ ପ୍ରକ୍ରିୟା ଆରମ୍ଭ

୭ଟି ରୁଟର ୧୧ଟି ବସ ଅନରୋଡ୍ ହେଲା‌, ବସ ଚଳାଚଳ ପାଇଁ ପିଏଲଜିଏ ସପ୍ତାହ ବାଧକ

ଜୟପୁର: ଜୟପୁର ଓଏସଆରଟିସି ଜୋନ ପ୍ରବାସୀ ଶ୍ରମିକ ପରିବହନ ତେଲ ଟଙ୍କାରେ ହେରଫେର ଏବଂ ବ୍ୟାପକ ଅନିୟମିତତାକୁ ନେଇ ଜୋନକୁ ୬୧ଦିନ ଧରି  ବନ୍ଦ କରିବାକୁ ପରିଚାଳନା ନିର୍ଦେଶକ ନିର୍ଦେଶ ଦେଇଥିଲେ। ଗତ ୧ତାରିଖରୁ ଜୋନ କାର୍ଯ୍ୟାଳୟ ସଂପୂର୍ଣ୍ଣ  ଖୋଲିଛି। ଏହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପରିଚାଳନା ନିର୍ଦେଶକଙ୍କ ନିର୍ଦେଶରେ ଜିଏମ୍ ଟେକ୍ନିକାଲ ଅମିର ପଟ୍ଟନାୟକ ଏବେ ଜୟପୁରରେ ଡ଼େରା ପକାଇଛନ୍ତି।

ଆଜି ଜୟପୁର ଜୋନର ୭ଟି ରୁଟର ଜୟପୁର- କଟକ (ଭାୟା ଆନ୍ଧ୍ରପ୍ରଦେଶ) , ଜୟପୁର- କଟକ(ଭାୟା ରାୟଗଡା), ଜୟପୁର –ଜଗଦଲପୁର, ଜୟପୁର-ଭବାନିପାଟଣା, ଜୟପୁର-ମୋଟୁ, ଜୟପୁର-କୋଟିଆ, ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା, ଭବାନୀପାଟଣା ମୋଟୁ ଆଦି ୧୧ଟି ବସକୁ ଅନରୋଡ କରାଯାଇଥିବା କହିଛନ୍ତି ଜିଏମ୍ ଟେକ୍ନିକାଲ ଅମିର ପଟ୍ଟନାୟକ। ଆସନ୍ତାକାଲି ଗତ ମାର୍ଚ୍ଚ ମାସରୁ ବନ୍ଦ ପରେ ପ୍ରଥମ ବସ ଭାବେ ଜୟପୁର-ଭବାନିପାଟଣା ବସ ଦିନ ଗୋଟାଏରେ ଚଳାଚଳ ଆରମ୍ଭ କରିବ ବୋଲି କହିଛନ୍ତି ଜିଏମ୍ ଶ୍ରୀ ପଟ୍ଟନାୟକ।

ମାଓବାଦୀମାନଙ୍କର ପିଏଲଜିଏ ସପ୍ତାହ ଚାଳିଥିବାରୁ ଏହା ସରିବା ପରେ ଆଗାମୀ ଦିନରେ ଅନ୍ୟ ବସ ଗୁଡିକ ଚଳାଚଳ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ ଏହାରି ମଧ୍ୟରେ ଅନ୍ୟ ବସ ଗୁଡିକୁ ବି ସଂପୁର୍ଣ୍ଣ ରୁପେ ପ୍ରସ୍ତୁତ କରି ରଖାଯିବ ବୋଲି କହିଛନ୍ତି ଜିଏମ୍ ଶ୍ରୀ ପଟ୍ଟନାୟକ। ଆଜି ଏହି ୧୧ଟି ବସକୁ ଅନରୋଡ କରିବା ପାଇଁ କୋରାପୁଟ ଆରଟିଓ କାର୍ଯ୍ୟାଳୟକୁ ନିଜେ ଶ୍ରୀ ପଟ୍ଟନାୟକ , ଭାରପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ ପ୍ରମୁଖ ଯାଇ କାଗଜପତ୍ରର ଅପଡେଟ୍ କରି ଅନରୋଡ କରିଛନ୍ତି। ଧିରେ ଧିରେ ଅନ୍ୟ ଜୋନର ବସ ଗୁଡିକ ବି ବୃଦ୍ଧି ପାଇବା ପରେ ଜୟପୁର ବସଷ୍ଟାଣ୍ଡରେ ପୂର୍ବ ଗହଳି ଧିରେ ଧିରେ ଫେରିବାରେ ଲାଗିଛି।

 

ସମ୍ବନ୍ଧିତ ଖବର