କଟକ: ଶିଶୁ ସବ୍‌ଜେଲରେ ବିଚରାଧୀନ କଏଦୀଙ୍କ ମୃତ୍ୟୁ

କଟକ: ଆଜି ସକାଳେ କଟକ ଜିଲ୍ଲା ଶିଶୁଆ ସବ୍‌ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦିିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ସାଲେପୁର ଥାନା ଅନ୍ତର୍ଗତ ପାଇକସାହି ମୁଣ୍ଡାସାହିର ଘନଶ୍ୟାମ ପୃଷ୍ଟି (୨୨ ବର୍ଷ) ନାମକ ଜଣେ ଯୁବକଙ୍କୁ ଚୋରା ମଦ କାରବାର ଅଭିଯୋଗରେ ଗତ ଅଗଷ୍ଟ ମାସ ୧୨ ତାରିଖ ଦିନ ଗିରଫ କରାଯାଇଥିଲା। ପରେ ତାଙ୍କୁ ଶିଶୁଆ ସବ୍‌ ଜେଲକୁ ପଠାଇ ଦିଆଯାଇଥିଲା।ା ତେବେ ଜେଲ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଆଜି ସକାଳୁ ଶ୍ରୀ ପୃଷ୍ଟି ରକ୍ତବାନ୍ତି କରିବାରୁ ତାଙ୍କୁ ସାଙ୍ଗେସଙ୍ଗେ ସାଲେପୁର ମେଡିକାଲକୁ ନିଅଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଛନ୍ତି। ଏହି ଘଟଣା ନେଇ ଅଞ୍ଚଳରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର