ଚିପିଲିମା: ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଓୟୁଏଟି ଭୁବନେଶ୍ଵର ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଚୁକ୍ତିନାମା ଅନୁଯାୟୀ ଓୟୁଏଟି ଚିପିଲିମା ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ମିଳିତ ଭାବରେ ବିଭିନ୍ନ ଗବେଷଣା, ସୃଷ୍ଟି, ନବୀକରଣ ଦିଗରେ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀଙ୍କ ମିଳିତ କିମ୍ବା ବିନିମୟରେ ପାଠଚକ୍ର, ଆଲୋଚନାଚକ୍ର, ପ୍ରୟୋଗଶାଳାରେ ମିଳିତ ଶିକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା କରାଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ଓୟୁଏଟି ତରଫରୁ ଚିପିଲିମା ଅଧ୍ୟକ୍ଷ ପ୍ରଫେସର୍ କୈଳାସ ଚନ୍ଦ୍ର ସାମଲ, ଡା. ରଞ୍ଜନ ତରାଇ, ଡା. ଲିଲିମୋନୀ ତ୍ରିପାଠୀ, ଡା. ବିଜୟ ସେଠୀ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ତରଫରୁ ରେଜିଷ୍ଟ୍ରାର ଡ. ନୃପରାଜ ସାହୁ, ପ୍ରଫେସର୍ ଇ. କାରିଆଲି, ଡ. ସୁନନ୍ଦା ସାହୁ, ପ୍ରଫେସର୍ ବିନ୍ନତ ନାୟକ, ପ୍ରଫେସର୍ ଆର୍.କେ.ବେହେରା, ଡ. ସ୍ମରଣିକା ପଟ୍ଟନାୟକ, ଡ. ଜେ. ରଥ, ଡା. ଅଲିଭା ପଟ୍ଟନାୟକ, ଡ. ଏନ୍.ଜେ. ଏକ୍କା, ଡ. ଏସ୍.ଏନ. ପ୍ରଧାନ, ଡ. ଏସ୍.ଜେ.ଏସ୍‌. ରମାଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଡ. ଚିନ୍ମୟ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଡ. ସୁନନ୍ଦା ସାହୁ ଧନ୍ୟବାଦ ଦେଇଥିଲେ।