କଟକରୁ ଆଜି ୭୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରୁ ଆଜି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୭୯ଜଣଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନ୍‌ରେ ଥିବା ୧୨ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଥିସହିତ ଘରେ ସଙ୍ଗରୋଧରେ ଥିବା ୧୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୩ଜଣଙ୍କ ମଧ୍ୟରୁ ମହାନଦୀ ବିହାର ଅଞ୍ଚଳରୁ ଜଣେ ମହିଳା, ବକ୍ସିବଜାର ପୁଲିସ ଲାଇନ୍‌ ଅଞ୍ଚଳରୁ ଜଣେ କରୋନା ଯୋଦ୍ଧା, ରାଜେନ୍ଦ୍ରନଗର ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା, ପୁରୀ ଘାଟ ଅଞ୍ଚଳରୁ ଜଣେ ମହିଳା, ସିଡିଏ ସେକ୍ଟର-୬ରୁ ୪ଜଣ ମହିଳା ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୬ରୁ ଜଣେ କରୋନା ଯୋଦ୍ଧା, ମଙ୍ଗଳାବାଗରୁ ଜଣେ ପୁରୁଷ, ଗଙ୍ଗାମନ୍ଦିର ଅଞ୍ଚଳରୁ ୨ଜଣେ ପୁରୁଷ, ନୂଆବଜାର ଅଞ୍ଚଳରୁ ଜଣେ ପୁରୁଷ, ବଜ୍ରକବାଟି ଅଞ୍ଚଳରୁ ଜଣେ ପୁରୁଷ, ମାଛୁଆ ବଜାରରୁ ଜଣେ ମହିଳା, ବକ୍ସିବଜାର ଅଞ୍ଚଳରୁ ଜଣେ ମହିଳା, ମେରିଆ ବଜାର ଅଞ୍ଚଳରୁ ଜଣେ ପୁରୁଷ, ଶିଖରପୁର ଅଞ୍ଚଳରୁ ଜଣେ ପୁରୁଷ, ତେଲେଙ୍ଗାପେଣ୍ଠରୁ ଜଣେ ପୁରୁଷ, ଶଙ୍କରପୁରରୁ ଜଣେ ମହିଳା, କନିକା ଛକରୁ ଦୁଇଜଣ ପୁରୁଷ ଓ ଦାଗରପଡ଼ା ବଣିଆ ସାହିରୁ ଜଣେ କରୋନା ଯୋଦ୍ଧା ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଆଜି ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୩ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର