ଫାଣ୍ଡିକୁ ଡ୍ୟୁଟି ନ ଆସିବା ନେଇ ବିଲ ତିଆରି ବେଳେ ଆବସେଣ୍ଟ ପକାଇବାରୁ ଗୁଣପୁର ଫାଣ୍ଡି ଅଧିକାରୀଙ୍କୁ ନିର୍ଧୁମ ପିଟିଲେ ହୋମଗାର୍ଡ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ରେ ଜଣେ ହୋମଗାର୍ଡ ମାସ ଯାକ ଡ୍ୟୁଟି ନ କରିବାରୁ ଆବସେଣ୍ଟ ପକେଇ ଦେଇଥିବା ନେଇ ସମ୍ପୃକ୍ତ ହୋମଗାର୍ଡ ଫାଣ୍ଡି ଅଧିକାରୀଙ୍କୁ ପିଟିଥିଲେ । ଆଜି ଥୁଆମୂଳ ରାମପୁର ପୁଲିସ ପକ୍ଷରୁ ହୋମଗାର୍ଡ ଚୈତନ୍ୟ ପ୍ରଧାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଫାଣ୍ଡି ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୯ ମସିହୋ ନଭେମ୍ବର ୨୩ରେ ଏଏସଆଇ ଦିଗାମ୍ବର ସାହୁ ଗୁଣପୁର ଫାଣ୍ଡି ଅଧିକାରୀ ଭାବେ ଯୋଗ ଦେଇଥିଲେ । ସେହି ଦିନ ଠାରୁ ବେଚ ନଂ ୧୦୨ ହୋମଗାର୍ଡ ଚୈତନ୍ୟ ପ୍ରଧାନୀ ଫାଣ୍ଡିକୁ କେବେ କେମିତି ଡ୍ୟୁଟି କୁ ଆସିଥାନ୍ତି । ଅଧିକାରୀଙ୍କୁ ଡ଼ରାଇ ଧମକାଇ ପୁରା ମାସିକର ବିଲ କରି ନେଇ ଥାନ୍ତି । ଏନେଇ ଫାଣ୍ଡି ଅଧିକାରୀ ଉପରୋକ୍ତ ଅଧିକାରୀଙ୍କୁ ଆଗରୁ ମଧ୍ୟ ଜଣାଇଥିବା ପ୍ରକାଶ କରିଛନ୍ତି ।

ଗତ ଜୁଲାଇ ମାସରେ ହୋମଗାର୍ଡ ଜଣକ ମାତ୍ର ଦୁଇ ତିନି ଦିନ ଡ୍ୟୁଟି ଆସିଥିବା ବେଳେ ଫାଣ୍ଡି ଅଧିକାରୀ ୧୫ ଦିନ ଆସିଥିବା ଓ ୧୬ ଦିନର ଅନୁପସ୍ଥିତ ଦେଖାଇ ବିଲ ତିଆରି କରି ଥୁଆମୂଳ ରାମପୁର ଥାନା ଅଧିକାରୀଙ୍କ ପାଖକୁ ପଠାଇଥିଲେ । ଏହି ବିଲ କୁ ଦେଖି ହୋମଗାର୍ଡ ଜଣଙ୍କ ଜୁଲାଇ ମାସରେ ସମ୍ପୂର୍ଣ୍ଣ ଅନୁପସ୍ଥିତ କରିଥିଲେ ।

ଗତକାଲି ସମ୍ପୃକ୍ତ ହୋମଗାର୍ଡ ଜଣଙ୍କ ମଦ ପିଇ କି ଆସି ଗୁଣପୁର ଫାଣ୍ଡିକୁ ଆସି ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଏକା ଥିବା ବେଳେ ଅସଭ୍ୟ ଭଷା ରେ ଗାଳିଗୁଲଜ କରିବା ସହ ଏକ ଲୁହା ପାଇପ ରେ ନିର୍ଧୁମ ମାଡ଼ ମାରିଥିଲେ । ମାଡ଼ ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ହାଡ଼ ଭାଙ୍ଗି ଯାଇଥିବା ପ୍ରକାଶ କରିଛନ୍ତି । ଏନେଇ ଥୁଆମୂଳ ରାମପୁର ଥାନାରେ ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଅଭିଯୋଗ କରିବା ପରେ ସଂପୃକ୍ତ ହୋମଗାର୍ଡ ଚୈତନ୍ୟ ପ୍ରଧାନୀଙ୍କୁ ଥାନାରେ ଆଣି ଅଟକ ରଖିଥିଲେ । ଆଜି ହୋମଗାର୍ଡ ଚୈତନ୍ୟ ପ୍ରାଧାନୀଙ୍କୁ ଥୁଆମୂଳ ରାମପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ହୋମଗାର୍ଡଙ୍କ ଭାଇ ଥୁଆମୂଳ ରାମପୁର ବ୍ଲକ ରେ ବ୍ଲକ ଉପାଧ୍ୟକ୍ଷ ଥିବା ଯୋଗୁଁ ହୋମଗାର୍ଡ ଜଣଙ୍କ ଯେ କେହି ଅଧିକାରୀ ଆସିଲେ ମଧ୍ୟ ଫାଣ୍ଡି କୁ ନିଜ କବଜା ରେ ରଖି ଡ୍ୟୁଟି ଆସନ୍ତି ନାହିଁ । ମୁହଁ ଖୋଲିଲେ ଧମକ ଚମକ ଦେଉଥିବା ନେଇ କେହି ମଧ୍ୟ ସାହସ କରନ୍ତି ନାହିଁ । ତେଣୁ ତୁରନ୍ତ ହୋମଗାର୍ଡଙ୍କୁ ଚାକିରୀ ରୁ ବରଖାସ୍ତ କରିବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର