ଟ୍ରକ୍‌କୁ ଓଭରଟେକ୍‌ କରିବା ଉଦ୍ୟମ ମହଙ୍ଗା ପଡ଼ିଲା, ବାଇକ୍‌ ଆରୋହୀ ମୃତ 

ଉମରକୋଟ: ଟ୍ରକ୍‌କୁ ଓଭର ଟେକ୍‌ କରିବା ଉଦ୍ୟମ ଜଣେ ବାଇକ୍‌ ଆରୋହୀଙ୍କୁ ମହଙ୍ଗା ପଡ଼ିଛି। ଆଜି ନବରଂଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଗ୍ରାମ ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେଇଛି। ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକ ସତ୍ୟ ସର୍ଦ୍ଦାରଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ସତ୍ୟ ନିଶାଶକ୍ତ ଅବସ୍ଥାରେ ନିଜର ୟାମାହାରେ ଯାଉଥିଲେ। ସେ ଉମରକୋଟରୁ ବାହାରି ନିଜ ଘର ମୂର୍ତମା ଗ୍ରାମକୁ ଯାଉଥିଲେ। ଏହି ସମୟରେ ସେ ଦର୍ଗାଗୁଡା ଠାରେ ରାଇଘର ଆଡକୁ ଯାଉଥିବା ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଉଦ୍ୟମ କରିଥିଲେ। ଫଳରେ ସେ ଭାରସାମ୍ୟ ହରାଇ ଫିଲ୍ମ  ଷ୍ଟାଇଲରେ ପ୍ରାୟ ୧୦ ରାଉଣ୍ଡ ପାଲଟି ମାରି ଗୋଟିଏ ପାଣି ଷ୍ଟାଣ୍ଡ ପଏଣ୍ଟରେ ଯାଇ ପିଟି ହେଇଥିଲେ। ଘଟଣାସ୍ଥଳରେ ସତ୍ୟଙ୍କ ମୃତ୍ୟୁ ଘଟିଥିଲା। ଅତି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ସହ ବାଇକ୍‌ର ଡିସ୍କ ବ୍ରେକ ମାରିବା ଯୋଗୁ ଦୁର୍ଘଟଣା ହେଲା ବୋଲି ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର