କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗ : ସିଲ୍ ହେଲା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଣ୍ଟର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ୱରରେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ବିଏମସି କମିଶନର ନିର୍ଦ୍ଦେଶ ଅନୁସାରେ, ଯାଞ୍ଚ କରି ଏକ ଘରୋଇ କୋଚିଂ ସେଣ୍ଟକୁ ସିଲ୍ କରାଯାଇଛି। କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗ ହେବା ପରେ ବିଏମସି ଡେପୁଟି କମିଶନର ପୁରନ୍ଦର ନନ୍ଦ କୋଚିଂ ସେଣ୍ଟରକୁ ସିଲ୍ କରିଛନ୍ତି । ପରବର୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ସେଣ୍ଟର ସିଲ୍ ରହିବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର