ବେଗୁନିଆପଡ଼ା: ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ କାଳ ଓଟକୁ ନିଜ କାମରେ ଲଗାଇଲେ। ଭଲ ଅର୍ଥ ରୋଜଗାର କଲେ। ଆଉ ଯେତେବେଳେ ଓଟଟି ବୁଢ଼ା ହୋଇଗଲା, ତାକୁ ଜଙ୍ଗଲରେ ଛାଡ଼ି ମାଲିକ ଏବେ ଛୁ' ମାରିଛନ୍ତି। ବିଚରା ଓଟଟି ଏଣେତେଣେ ଅସହାୟ ଅବସ୍ଥାରେ ବୁଲୁଛି। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ସୁମଣ୍ଡଳ ଠାରୁ କିଛି ଦୂର ଖଲ୍ଲିକୋଟ ବ୍ଲକ୍ ଅଧୀନ ଛାଞ୍ଚୁଣିଆ ଜଙ୍ଗଲରେ। ଜଙ୍ଗଲ ତଳ ମୁଣ୍ଡରେ ଗୋଟିଏ ବୁଢ଼ା ଓଟକୁ ତା'ର ମାଲିକ ଛାଡ଼ି ପଳାଇଛି। ମାଲିକ ପ୍ରଥମେ ଓଟଟିକୁ ବେଗୁନିଆପଡ଼ା ବ୍ଲକ୍ ଅଧୀନ କେ.ବରିଡ଼ା ନିକଟ ଏକ ବିଲରେ ଛାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ଉପରେ ବିରକ୍ତ ହେବାରୁ ମାଲିକ ଓଟକୁ ନେଇ ଛାଞ୍ଚୁଣିଆ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
୨୦ ବର୍ଷ ରୋଜଗାର ଦେଲା, ବୁଢ଼ା ଓଟକୁ ଛାଡ଼ି ମାଲିକ ଛୁ'
/sambad/media/post_attachments/wp-content/uploads/2021/07/17997091-ac28-4235-bdbb-a915fbaa32d1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)