ରାଉରକେଲା: ପ୍ଲାଣ୍ଟସାଇଟ୍ ପୁଲିସ ଗାନ୍ଧିରୋଡସ୍ଥ ଢ଼ାବାରେ ଚଢ଼ଉ କରି ୬.୫ ଲିଟର ମଦ ଜବତ କରିଛି। ଢ଼ାବା ମାଲିକ ସୁଖବିନ୍ଦର ସିଂ (୩୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଖବିନ୍ଦରଙ୍କ ଢ଼ାବାରେ ମଦ ବିକ୍ରି କରୁଥିବା ନେଇ ସ୍ଥାନୀୟ ଲୋକ ଥାନାରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଆଜି ଢ଼ାବାରେ ଚଢ଼ଉ କରିଥିଲେ। କେବଳ ଗାନ୍ଧିରୋଡ ନୁହେଁ ସହରର ସିଭିଲଟାଉନ୍ସିପସ୍ଥ ସଞ୍ଜୟ ମାର୍କେଟ, ରାଉରକେଲା ମୁଖ୍ୟ ରୋଡ, ପାୱାର ହାଉସ୍ରୋଡ, ନୂଆ ବସ୍ଷ୍ଟାଣ୍ଡ, ପାନପୋଷ, ସେକ୍ଟର-୧୯ ମାର୍କେଟ, ସେକ୍ଟର-୨୧ ନୟାବଜାର, କଳିଙ୍ଗ ବିହାର, ଫର୍ଟିଲାଇଜର, ବନ୍ଧମୁଣ୍ଡାରେ ଅଧିକାଂଶ ଢ଼ାବାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସବୁ ଢ଼ାବାଗୁଡ଼ିକରେ ମଦୁଆଙ୍କ ଆଡା ଜମୁଛି। ପୂଜାରେ ସ୍ଥାନୀୟ ପୁଲିସ ଏସବୁ ଢ଼ାବାଗୁଡ଼ିକ ଉପରେ ଚଢ଼ଉ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି।
ଢ଼ାବାରୁ ମଦ ଜବତ, ମାଲିକ ଗିରଫ
/sambad/media/post_attachments/wp-content/uploads/2023/10/18b1f952-e262-490a-ba7e-c924706755e8.jpeg)