କୋରାପୁଟ ଜିଲ୍ଲା ସାମ୍ବାଦିକ ସ˚ଘର ଶପଥପାଠ ଉତ୍ସବ; ’କୋରାପୁଟ ବିକାଶରେ ଆମ ଭୂମିକା’ ଆଲୋଚନା ଚକ୍ର

ଜୟପୁର: କୋରାପୁଟ ଜିଲ୍ଲା ସାମ୍ବାଦିକ ସ˚ଘ ନୂତନ କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ସନ୍ଧ୍ୟା ଫଙ୍କସନ ହଲ ପରିସରରେ ଶପଥପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଜୟ ସାହୁ, ଉପସଭାପତି କିର୍ତ୍ତି ଚନ୍ଦ୍ର ସାହୁ, ଆଇନ ପରାମର୍ଶଦାତା ପଙ୍କଜପାତ୍ର ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ‘କୋରାପୁଟ ବିକାଶରେ ଆମ ଭୂମିକା’କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଭାପତି ବିଦ୍ୟାଧର ଚୌଧୁରୀଙ୍କ ସଭାପତିତ୍ବରେ ଅୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିହନନିଗମ ଅଧ୍ୟକ୍ଷ ଇଂ. ଇଶ୍ବର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେଡି ନେତ୍ରୀ ଡଃ. ଇନ୍ଦିରା ନନ୍ଦ ଓ ବିଜେପି ରାଜ୍ୟ ପରିଷଦର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଗୌତମ ସାମନ୍ତରାୟ ଯୋଗ ଦେଇ କୋରାପୁଟର ବିକାଶ  କରିବାକୁ ହେଲେ ଜାତି ଦଳ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ବିକାଶ କରିବା ଯୋଜନା କରୁଥିବା ବେଳେ ଲୋକେ ବି ଏହା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କହିଥିଲେ। କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିମାନ ବନ୍ଦର, ସାଇନ୍ସ ପାର୍କ ସହ ଏକ ବିରାଟ ଷ୍ଟାଡିୟମ ନିର୍ମାଣ କରାଯିବ। ଏବ˚ ସୁପ୍ତ ହୋଇ ରହିଥିବା ବିଲଟ୍ କାଗଜକଳକୁ ମଧ୍ୟ ପୁନଃ ଉଜ୍ଜିବିତ କରାଯିବ ବୋଲି ଏମାନେ ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକଳାପ ପାଇଁ ଓଡିଶା ଅଲମ୍ପିକ୍ସ ସ˚ଘର ଉପସଭାପତି ତଥା ବିଜେଡି ନେତା ଅନୁପ ପାତ୍ର, ବିଶିଷ୍ଠ ଶିଳ୍ପପତି ଓ ରଞ୍ଜିଟ୍ରଫି ଖେଳାଳୀ ସୁବାସ ରାଉତ, ଉଦ୍ୟୋଗୀ ଜି. ବସନ୍ତ ରାଓ, ସନ୍ଧ୍ୟା ନାୟକ, ସାମ୍ବାଦିକ ତଥା କ୍ୟାମେରାମ୍ୟାନ ରାଜା ସାନା, ସନ୍ଦିପ ଦଳେଇ, ମନୋହର ତ୍ରିପାଠୀ, ରଞ୍ଜନ ମିଶ୍ର, ନବନିର୍ବାଚିତ ବାର ଆସୋସିଏସନର ସଭାପତି ସରୋଜ ଦାସ ଓ ସ˚ପାଦକ ଆନନ୍ଦ ରଥଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୌରୀ ପଟ୍ଟନାୟକ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରବି ନାୟକ, ସତ୍ୟ ପଟ୍ଟନାୟକ, ପବନ ପାଣିଗ୍ରାହୀ, ପରେଶ ରଥ, ସୁବାଶ ଦାସ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର