ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ସାନକମଣ୍ତରା ଗ୍ରାମରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡରେ ଗ୍ରାମର ଚତୁର୍ଭୁଜ ବେହେରା ଓ ତୀର୍ଥବାସୀ ବେହେରାଙ୍କ ୩ ଶହ ଧାନ ବିଡା ପୋଡି ନଷ୍ଟ ହୋଇଯାଇଛି। ଖଳାରେ ଧାନ ବିଡା ଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ହରିଚନ୍ଦନପୁରରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଉଭୟ ଚାଷୀଙ୍କ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି। ବକ୍ସିବାରିଗାଁର ରାଜସ୍ୱ ନିରୀକ୍ଷକ ମିନତୀ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
୩ ଶହ ଧାନ ବିଡା ପୋଡ଼ି ପାଉଁଶ
/sambad/media/post_attachments/wp-content/uploads/2020/12/9f437fc8-96e2-4933-b15f-636d0fbb07bd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)