ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୦୨୦-୨୦୨୧ ବର୍ଷ ଖରିଫ ଋତୁରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କିମିଟିର ବୈଠକ ଭବାନୀପାଟଣା ଅହରସ୍ଥିତ ଆସ୍ୱାନ ଭିସି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁ ୨୦୨୦-୨୦୨୧ ବର୍ଷ ପାଇଁ ଧାନ ସଂଗ୍ରହ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ନଭେମ୍ବର ୧୫ ତାରିଖ ରୁ କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତ ବର୍ଷ କୁଇଣ୍ଟାଲ ପିଛା ସାଧାରଣ ଧାନର ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ଼-ଏ ଧାନ କୁଇଣ୍ଟାଲ ପିଛା ୧୮୮୮ ଟଙ୍କା ମୁଲ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଜିଲ୍ଲାରେ ୨୦୧ ଟି କେନ୍ଦ୍ର ରେ ଧାନ କିଣିବା ପାଇଁ ସ୍ଥିର କରାଯାଇଛି। ସେଥି ମଧ୍ୟରୁ ୧୬୬ ଟି ସମବାୟ ସମିତି ଓ ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣିବାର ବ୍ୟବସ୍ଥା କରାଯାଇଥିବା ନିଷ୍ପତ୍ତି ହୋଇଥିଲା ।
ଏହି ବୈଠକରେ ରାଜ୍ୟ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ, ଶିଳ୍ପ, ଶକ୍ତି, ଏମଏସଏମଇ, ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସାଂସଦ ପ୍ରତିନିଧି ସୁଧୀର ପଟ୍ଟଯୋଶୀ, ଚାଷୀନେତା ଦୀପ୍ତି ରଞ୍ଜନ ପ୍ରହରାଜ, ପ୍ରଶାନ୍ତ କୁମାର ପଟ୍ଟଯୋଶୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bpt-photo-of-paddy-procurement-meeting.jpg)