ପାପଡାହାଣ୍ଡ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଳୁଆଗୁଡା ଗ୍ରାମରେ ନିଆଲାଗି ଜଳିଗଲା ୩ ଗୋଟି ଧାନ ଗଦା।

Advertisment

ସୂଚନା ଅନୁଯାୟୀ ବେଳୁଆଗୁଡା ଗ୍ରାମର କମଲୁ ଭତରା ୩ ଏକର, ବୋଲ ଭତରା ୧ ଏକର, ମନହୋର ଭତରା ୧ ଏକର, ଜମିରେ ନିଜ ନିଜ ଧାନ ଚାଷ କରି ଅମଳ ନିମନ୍ତେ ଧାନ ଗଦା କରିଥିଲେ। ଧାନ ଫସଲ କାଟି ଅମଳ ପାଇଁ କମଲୁ ଘର ବାରିପଟରେ ଏକ ଖୋଲା କରି ତିନି ଜଣ ୩ଟିି ଧାନ ଗଦା ଗଛିତ କରି ରଖିଥିଲେ। ତେବେ ଆଜିଦିନ ୨ ଟା ସମୟରେ କୌଣସି କାରଣରୁ ନିଆଲାଗି ୩ଟି ଧାନଗଦା ପୋଡି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକମାନେ ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କରି ସ୍ଥାନୀୟ ସରପଞ୍ଚକୁ ଖବର ଦେଇଥିଲେ।

publive-image

ସରପଞ୍ଚ ଦେବ ଭତରା ଖବର ପାଇଁ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ କରି ଜଣେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳ ପହଞ୍ଚି ନିଆକୁ ଆୟତ୍ତ କରିଥିଲା । କିନ୍ତୁ ଧାନସବୁ ପୋଡି ନଷ୍ଟ ହୋଇଯାଇଥିଲା। ନିଆ କେମିତି ଲାଗିଲା ତାହା ଜଣା ପଡ଼ିନାହିଁ।

କମଲୁ, ବୋଲ, ମନହୋର ଜଣେ ଜଣେ କ୍ଷୁଦ୍ରଚାଷୀ ହୋଇଥିଲା ବେଳେ ଚଳିତ ବର୍ଷ ନିଜ ନିଜ ଜମିରେ ଧାନ ଚାଷ କରିଥିଲେ। ଅମଳ ପାଇଁ ଖଲାରେ ଗଛିତ କରି ରଖିଥିବା ବେଳେ ଅଗ୍ନିକାଣ୍ଡ ଯୋଗୁ ୩ ଜଣ ସର୍ବସାନ୍ତ ହୋଇଯାଇଛନ୍ତି। ଚଳିତ ବର୍ଷ ଋଣ କରି କମଲୁ, ବୋଲ, ମନହୋର ଚାଷ କରିଥିବା ବେଳେ ଋଣ କିଭଳି ସୁଝିବେ ଏବଂ ପରିବାର ପ୍ରତିପୋଷଣ କରିବେ ସେ ନେଇ ତିନି ଜଣ ଚିନ୍ତାରେ ରହିଛନ୍ତି। ପାଞ୍ଚ ଏକର ଜମିରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଧାନ ପଡିଯାଇଥିବା କମଲୁ କହିଛନ୍ତି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଯୋଗେଇଦେବାକୁ ସେମାନେ ଦାବି କରିଛନ୍ତି।