ଲଗାଣ ବର୍ଷା ଉଜାଡ଼ି ଦେଲା ଖରିଫ ଧାନ ଫସଲ

ବାଲିଅନ୍ତା: ଜଉଯୋଗ ଲାଗିବା ଯୋଗୁ ଅନେକ ମାତ୍ରାରେ ଧାନଫସଲ କ୍ଷଥିଗ୍ରସ୍ତ ହୋଇଥିଲା। ଏବେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଅନେକ ଚାଷୀଙ୍କ ଜମିରେ ଜଉ ବା ଚକଡ଼ା ପୋକ ଲାଗି ଖିର ନେଇନଥିବା ଧାନ ଫସଲ ନଷ୍ଟ କରି ଦେଇଥିଲେ।

ସେହିପରି ବିଳମ୍ବରେ ଋଆ ବେଉଷଣ ହୋଇଥିବା ଥୋଡ଼ମୁଖା ଧାନ ମଧ୍ୟ ପ୍ରଭାବିତ ହୋଇଛି। କେଣ୍ଡାରେ ଆଉ ଯାହା କିଛି ଧାନ ଜଉ ମୁହଁରୁ ରହିଯାଇଥିଲା ତାହା ଉଗାଣ ବର୍ଷା ଉଜାଡ଼ି ଦେବା ନେଇ ପରସ୍ଥିତି ଦେଖାଦେଇଛି। ଜଉ ଲାଗି ଧାନଗଛ ମୂଳ ଦୁର୍ବଳ ହୋଇପଡ଼ିଥିଲା। ଧାନଗଛ ଭାରି ହୋଇ ମାଟିରେ କଚଡ଼ା ଭଳି ପଡ଼ିଥିବା ଧାନ କିଆରିରେ ପାଣି ଚାଲୁଛି। ସ୍ଥାନୀୟ ବୁଦ୍ଧିପଡ଼ା, ସରକଣା, ରଣପୁର, ବ୍ରାହ୍ମଣସୁଆଁଲୋ, ପୂରଣଶାସନ, ପୂରଣପଧାନ, ଭିଙ୍ଗାରପୁର, ସତ୍ୟଭାମାପୁର, ଉମାଦେଇ ବ୍ରହ୍ମପୁର, ସୁଧଷଡ଼ଙ୍ଗୀ, ଖମଙ୍ଗଶାସନ, କାକରୁଦ୍ରପୁର, ଜୟଦେବ, ମହୁଖଣ୍ଡା, ଫିରିଫିରା ଆଦି ମୌଜାରେ ଅନେକ ଜମିରେ ବର୍ଷାପାଣି ଚାଲୁଛି। ତେଣୁ ଏସବୁ ଜମିରେ ଧାନଫସଲ ନଷ୍ଟ ହୋଇଯିବ ବୋଲି ଶରତ ରାଉତ ଓ ଆରତଭଞ୍ଜନ ସାମନ୍ତରାୟଙ୍କ ଭଳି ଅନେକ ଚାଷୀ ମଦବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ ଏବର୍ଷ ବାଲିଅନ୍ତା ବ୍ଲକ ଅଞ୍ଚଳରେ ୯ ହଜାର ୯ ଶହ ୧୧ ହେକ୍ଟର ଚାଷଜମି ମଧ୍ୟରୁ ୯ ହଜାର ହେକ୍ଟର ଜମିରେ ଖରିଫ ଧାନ ଫସଲ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର