କାଳବୈଶାଖୀ ପ୍ରଭାବରେ କଙ୍ଗା ଅଂଚଳରେ ଧାନ ଫସଲ ନଷ୍ଟ

ଜୟପୁର: ଗତ କାଲି ମଧ୍ୟାହ୍ନ ସାଢ଼େ ୨ଟା ବେଳେ ଜୟପୁର ବ୍ଲକର ବିଭିନ୍ନ ପଂଚାୟତରେ କାଳବୈଶାଖୀରେ କୁଆପଥର ବର୍ଷା ହୋଇ ଶତାଧିକ ଏକର  ଧାନ ଓ ପନିପରିବା ପସଲ ନଷ୍ଟ ହୋଇଛି।  ଏହି କ୍ରମରେ କଙ୍ଗା ପଂଚାୟତରେ ବ୍ୟାପକ ଧାନ ନଷ୍ଟ ହୋଇଥିବାକୁ ନେଇ ଅଂଚଳର ସମା‌ଜସେବୀ ନିରଂଜନ ବେହେରା ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲ୍ଲାପ୍ରଶାସନ ସହଯୋଗ କରିବାକୁ ଚାଷୀ ଧନ ପୂଜାରୀ, ସୁକ୍ରୁ ଅମାନତ୍ୟା, ତୁଳା ରାମ ପୂଜାରୀ, ଚନ୍ଦ୍ର ଅମାନତ୍ୟା, ସନୁ ଅମାନତ୍ୟା, ଦଳ ଅମାନତ୍ୟା ,  ମନ ପୂଜାରୀ , ଅନନ୍ତ ପୂଜାରୀ ଆଦି ଅନୁରୋଧ କରିଛନ୍ତି।

ସକାଳୁ ପ୍ରବଳ ଖରା ଓ ଉପରବେଳା ପ୍ରବଳ ପବନ ବୋହିବା ସହ କାଳବୈଶାଖୀରେ କୁଆପଥର ବର୍ଷା ରବିରେ ପାଚିଥିବା ସବୁ ଧାନ ନଷ୍ଟ ହୋଇଥିବା ଏହି ଚାଷୀ ମାନେ କହିଛନ୍ତି।  କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ସହ ଆର୍ଥିକସହାୟତା ନ ଯୋଗାଇଲେ ଧାରଉଧାର କରି କରିଥିବା ଋଣ ସୁଝି ନ ପାରି ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ପଡ଼ିବ ବୋଲି ଚାଷୀ ମାନେ କହିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ଯାଂଚ କରିବାକୁ ଚାଷୀ ମାନେ  ଅନୁରୋଧ କରିଛନ୍ତି।

 

ସମ୍ବନ୍ଧିତ ଖବର