ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପତି ଅଂଚଳ ପରିଷଦ (ଏନଏସି) ଅଧିନସ୍ଥ ଆରଏମସି ପରିସରରେ ମଙ୍ଗଳବାର ଧାନକ୍ରୟ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସେବା ସମବାୟ ସମିତି ଓ ମା’ ତୁଳସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବିନିକାରେ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରିଭୁକ୍ତ ଚାଷୀମାନଙ୍କ ଠାରୁ ସରକାରୀ ସହାୟକ ମୂଲ୍ୟରେ ଅତିରିକ୍ତ ଜିଲ୍ଳାପାଲ ନିଶି ପୁନମ ମିଞ୍ଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି। ଏହି ଅବସରରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ଉପଜିଲ୍ଲାପାଳ ଧାନ କ୍ରୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
/sambad/media/post_attachments/wp-content/uploads/2022/12/binka1.jpg)
ଆଜି ପ୍ରଥମେ ବିନିକା ପେକ୍ସରେ ବିନୋଦ ବିହାରୀ ବାଗଙ୍କ ଠାରୁ ୩୭ କ୍ବିଣ୍ଟାଲ ୨୪ କିଲୋ (୯୦ପ୍ୟାକେଟ) ଧାନ କ୍ରୟ କରାଯାଇଥିଲା। ସେହିପରି ମା’ ତୁଳସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସତ୍ୟବ୍ରତ ଜଗଦଲା, ପ୍ରିୟବ୍ରତ ହୋତା ଓ ବାବୁଲୁ କର୍ଣ୍ଣଙ୍କ ଠାରୁ ୨୯୦ କ୍ବିଣ୍ଟାଲ (୪୦୦ ପ୍ୟାକେଟ) ଧାନ କ୍ରୟ କରାଯାଇଥିବା ସୂଚନା ମିଲିଛି।
ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ମହିଳା ମିଶନ ଶକ୍ତି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ନାୟକ, ସୋନପୁର ଏଆରସିଏସ-ଲଲିତ ମାଝୀ, ଡ଼ୁଙ୍ଗୁରିପାଲି ଆରଏମସି ସମ୍ପାଦକ ଉଦିତ କୁମାର ବାବୁ, ଏସିଏସଓ ତ୍ରୀନାଥ ଭୋଇ, ଏସିଏସଓ ଲଲିତ ପଟ୍ଟନାୟକ, ବିନିକା ଏନଏସି ଉପନଗରପାଳ ତପସ୍ପିନୀ ମେହେର, କୋ-ଅପରେଟିଭ୍ ଇନ୍ସପେକ୍ଟର ଅକ୍ଷୟ ମେହେର, ବିନିକା ଯୋଗାଣ ନିରୀକ୍ଷକ ରାଜକିଶୋର ସ୍ବାଇଁ, ଏନଏସି ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ, ଚାଷୀନେତା ସଜ୍ଜନ ପଣ୍ଡା, ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ଆନନ୍ଦ କୁମାର ବାବୁ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ମିଲର ସର୍ଜନ ଅଗ୍ରୱାଲ, ଆଦିକନ୍ଦ ବାବୁ, ବୁଲୁ ପାତ୍ର, ବିନିକା ଜୟ ମା’ ତୁଳସୀ ଏସଏଚଜି ସଭାପତି ଜୟଶ୍ରୀ ବାବୁ, ସମ୍ପାଦକ ଅନୁପମା ଷାଣ୍ଢ, ରାଜସ୍ବ ନିରୀକ୍ଷକ ବସନ୍ତ ବରିହା, ଆରଏମସି କର୍ମକର୍ତ୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/binka.jpg)