ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ଭିଙ୍ଗାରପୁର, ବେଣୁପୁର ଓ କାକରୁଦ୍ରପୁର ସେବା ସମବାୟ ସମିତି ପକ୍ଷରୁ ଆଜି ସରକାରୀ ଧାନମଣ୍ଡି ଖୋଲିଛି । ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।

Advertisment

ଏହି ପରିପ୍ରେକ୍ଷୀରେ ବିଧାୟକ ଆଗକୁ ଖରାଦିନ ଆସୁଥିବାରୁ ମଣ୍ଡିସ୍ଥାନରେ ଟେଣ୍ଟ ବାନ୍ଧିବା ସହ , ପାଣି ଓ ଟଏ‌େଲେଟ ଭଳି ଭିତ୍ତିଭୂମି ପ୍ରତି ଗୁରୁତ୍ବ ଦେବାକୁ ସମିତି  ସଂପାଦକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାନ୍ଥୋଲିଆ ରାଇସ ମିଲ ମାଲିକ ସନ୍ତୋଷ କୁମାର ଅଗ୍ରୱାଲ, ପୂର୍ବତନ ସଭାପତି ଦିଗମ୍ବର ମଙ୍ଗରାଜ, ଡେପୁଟି ରେଜିଷ୍ଟ୍ରାର ରୋଜାଲିନ ସେନାପତି, ଖୋର୍ଧା ଏଜିଏମ ବିଜୟ କୁମାର ମଙ୍ଗରାଜ , ଭୁବନେଶ୍ବର ସହକାରୀ ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ, ବ୍ଲକ ଯୋଗାଣ ନିରୀକ୍ଷକ ଦେବସ୍ମିତା ମଲ୍ଲିକ, ଆଡ଼ମିନିଷ୍ଟ୍ରେଟର ପ୍ରସନ୍ନ କୁମାର ସାହୁ ,ବ୍ୟାଙ୍କ ସୁପରଭାଇଜର ସନ୍ତୋଷ କୁମାର ମଙ୍ଗରାଜ, ସରପଞ୍ଚ ରଶ୍ମିତା ପାତ୍ର, ବେଣ୍ଟପୁର ସମିତି ସଭ୍ୟ ତୈଲୋକ୍ୟ ମଙ୍ଗରାଜ , ଗାୟତ୍ରୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧାନକିଣାରେ ସ୍ବଚ୍ଛତା ଉପରେ ବକ୍ତବ୍ୟ ଦେଇଥିଲେ । ଉପରୋକ୍ତ ସମବାୟ ସମିତିର ସଂପାଦକ ଦେବେନ୍ଦ୍ର କୁମାର ପୃଷ୍ଟି, ଜଗମୋହନ ଦାଶ ଓ ନିରଞ୍ଜନ ନାୟକ  ଓ ବିଶ୍ବନାଥ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୩ଟିଯାକ ଧାନମଣ୍ଡିରୁ ମୋଟ ୪ ହଜାର କ୍ୟୁଣ୍ଟାଲରୁ ଅଧିକ ଧାନ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।