ଭଟଲି:ବର୍ତ୍ତମାନ ଲାଗି ରହିଥିବା ଅଦିନିଆ ବର୍ଷାରେ ଅମଳ ହୋଇ ଟୋକନ ଅପେକ୍ଷାରେ ରହିଥିବା ଚାଷୀମାନଙ୍କ ଧାନ ଭିଜିଯାଇଥିବା ଦେଖିବାକୁ ମିଳିଛି | ଭଟଲି ବ୍ଲକ ଅନ୍ତର୍ଗତ ହାଲୁପାଲି ଗ୍ରାମର ଚାଷୀ ଶାନ୍ତନୁ ମାଝୀ, ମାଧବ ସାହୁ, ମଣ୍ଟୁ ମାଝୀ, ବୁଲୁ ସାହୁ, ଦିଲୀପ ସାହୁ, ପ୍ରେମାନନ୍ଦ ଭୁଏ,ବନବସ ପଧାନ, କମଳ ସାହୁଙ୍କ ଧାନ ବର୍ଷା ପାଣିରେ ଭିଜି ଯାଇଛି।

Advertisment

ଚାଷୀମାନଙ୍କ କାହାର ଟେକ ଆସି ନାହିଁ ତ କାହାର ଟୋକନ ଆସିନାହିଁ। ଏଣୁଏମାନେ ଟେକ ଓ ଟୋକନ ଅପେକ୍ଷା ରହିଥିବାବେଳେ ଧାନ ଖଳାରେ ଖୋଲା ଆକାଶ ତଳେ ଧାନ ରହିଥିଲା। ରାତିରେ ହଠାତ ବର୍ଷା ହେବାରୁ ଧାନ ସମ୍ପୂର୍ଣ୍ଣ ଭିଜି ଯାଇଥିଲା।