ରାୟଗଡା: ରାୟଗଡ଼ା ଜିଲ୍ଲାର ବଛା ବଛା କଳାକାରଙ୍କୁ ନେଇ ପ୍ରଥମ ଥର ନିର୍ମିତ ହୋଇଥିବା ଓଡିଆ ସିନେମା ‘ପଡିଗଲି ତୋ ପ୍ରେମରେ’ ଆସନ୍ତା ୧୯ ତାରିଖରେ ରିଲିଜ ହେବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିନେମାର ପ୍ରଯୋଜକ ଚିରଞ୍ଜୀବୀ ବେହେରା ପ୍ରକାଶ କରିଛନ୍ତି। ମା‘ ସର୍ବ ମଙ୍ଗଳା ପ୍ରଡକ୍ସନ ହାଉସର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ସ୍ଥାନୀୟ କଳାକାରଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର କୌଣସି ବଡ ଚଳଚ୍ଚିତ୍ର ଠାରୁ କମ୍ ନୁହେଁ ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ।
ଏହାର ନିର୍ଦେଶନା ୟସ ବର୍ମନ ପଣ୍ଡା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଗୀତ ପ୍ରସାଦ ପାଣିଗ୍ରାହୀ, ଫାଇଟ ନିର୍ଦ୍ଦେଶନାରେ ଶ୍ରୀନିବାସ ହିମିରିକା ରହିଥିବା ବେଳେ ଗୀତ ସଂଯୋଜନା କରିଛନ୍ତି ସୌଭାଗ୍ୟ କୁମାର ସାମଲ।ଗୀତ ରଚନା କରିଛନ୍ତି ଡ.ନିର୍ମଳ ନାୟକ ଓ ଅରୁଣ କୁମାର ମନ୍ତ୍ରୀ। ନୃତ୍ୟ ନିର୍ଦେଶନା ଦେଇଛନ୍ତି କେ.ଦେବୀ ପ୍ରସାଦ। ଗୀତ ଗାଇଛନ୍ତି ହ୍ୟୁମାନ ସାଗର,ସ୍ବୟଂ ପ୍ରଭାସ ପାଢୀ,ଅସୀମା ପଣ୍ଡା,ଦୀପ୍ତିରେଖା ପାଢୀ ଏବଂ ଅମ୍ରିତ ନାୟକ।
ଏହି ଚଳଚିତ୍ରର ଅଭିନେତାମାନେ ହେଲେ ଚିରଞ୍ଜୀବୀ ବେହେରା,ଆର୍ଚି ପ୍ରଧାନ,ଅବତାର ସିଂ,ରିଙ୍କୁ ରାଜଗୁରୁ,ଏମଡି ବବଲୁ,ଟୁନା ଟନ ଟନ,କାଳୀଚରଣ ରଥ,ମୋନାଲିସା ମିଶ୍ର,ତାନଭି ଆଗ୍ରୱାଲ୍ ପ୍ରମୁଖ ରହିଛନ୍ତି। ଫିଲ୍ମ ସଂପାଦନା କରିଛନ୍ତି ଅରୁଣ କୁମାର ପାଢୀ ରହିଛନ୍ତି।