ଖୋର୍ଦ୍ଧା: ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅତୀତ, ଇତିହାସ ଓ ଅସ୍ମିତା । ଏହି ଓଡ଼ିଆ ଅସ୍ମିତାର ପ୍ରତୀକର ସୁରକ୍ଷା ପାଇଁ ସମସ୍ତ ଓଡ଼ିଆ ଏକଜୁଟ ହୁଅନ୍ତୁ ବୋଲି ଆଜି ଐତିହାସିକ ବରୁଣେଇ ପୀଠର ପାଦଦେଶରେ ପ୍ରସ୍ତାବିତ ପାଇକସ୍ମାରକୀ ସ୍ଥଳରେ କଳିଙ୍ଗ ପାଇକ ସଂଗଠନ, ଜିଲ୍ଲା ଓକିଲ ସଂଘ, ଉକ୍ରଳ ବିକାଶ ପରିଷଦ ସମେତ ୯ଟି ସଂଗଠନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ଆହ୍ୱାନ ଦେଇଛନ୍ତି । କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମୁଖ୍ୟ ଅତିଥି, ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପ୍ରାକ୍ତନ ବିଧାୟକ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ, ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି କୃଷକ ମୋର୍ଚା ସଭାପତି ସୁରଥ ବିଶ୍ୱାଳ, ପାଇକ ସଂଗଠନର ଶତାୟୁ ସଂଗଠକ ହଟନାଥ ମଙ୍ଗରାଜ, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।
ପାଇକ ଓ ପାଇକ ବିଦ୍ରୋହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ କରିଥିଲା । ପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଜାତିର ସମ୍ମାନ ରକ୍ଷା ପାଇଁ ବ୍ରିଟିଶ ବିରୋଧରେ ପ୍ରଥମ ସଂଗଠିତ ସଂଗ୍ରାମ କରିଥିଲା । ଏହି ପ୍ରତୀକର ସମ୍ମାନ ପାଇଁ ସମସ୍ତେ ଏକଯୁଟ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ସକାଳ ଆଠଟା ବେଳେ ଗଡ଼ ଖୋର୍ଦ୍ଧା ପଂଚ ପାଇକ ପୀଠରେ ଶହୀଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତା’ପରେ ମା’ ବରୁଣେଇ ପୀଠରେ ରାମଚଣ୍ଡୀ ଦଳବେହେରା ମୃତ୍ୟୁଂଜୟ ଛୋଟରାୟ ପୂଜାର୍ଚ୍ଚନା କରିଥିଲେ । ବ୍ରହ୍ମଗିରି, କୃଷ୍ଣ ପ୍ରସାଦ, ନିମାପଡ଼ା, ପିପିଲି ଅଂଚଳରୁ ଆସିଥିବା ସାତଟି ପାଇକ ଆଖଡ଼ା ଦଳ ପାଇକ ସାମରିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ସତ୍ୟବାଦୀ ବଳିଆରସିଂହ ଅତିଥି ପରିଚୟ, କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ପାଇକ ସ୍ମାରକୀ ନିର୍ମାଣ ସମ୍ପର୍କରେ କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସ୍ୱାଗତଭାଷଣ ଦେଇଥିଲେ ।
ସଂଗଠନର ସଂଚାଳକ ଇଂ ଶିଶିର କୁମାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ଜନାବ ରମଜାନ୍ ଖାଁ, ମୃତ୍ୟୁଞ୍ଜୟ ଛୋଟରାୟ, ସଂଜୟ ଦାସ, ଯଦୁପୁର ଦଳବେହେରା ଅବଦୁଲ କଲାମ ଆଜାଦ୍, ପୃଥୀରାଜ ପ୍ରତାପସିଂହ, ଅମରେନ୍ଦ୍ର ମହାପାତ୍ର, ଶ୍ରୀରଂଜନ ମଙ୍ଗରାଜ, ମୋହନ ସୁନ୍ଦର ଦଳସିଂ ରାୟ, ସଂଗ୍ରାମ ଜଗଦେବ, କାଳିଚରଣ ଜୟସିଂହ, ବାଲ୍ମୀକି ବଳିଆରସିଂହ, ଉକ୍ରଳ ବିକାଶ ପରିଷଦ ସଂପାଦକ ଋଷି ଗୁମାନସିଂହ, ଜ୍ଞାନ ରଂଜନ ଦାଶ, ଡ ସୁରେଶ ଛୋଟରାୟ. ରାମ ଶଙ୍କର, ଇଂ ମଦନ ମୋହନ ମହାପାତ୍ର, ପାଇକ ଗୁରୁ ସୁବାସ ଚନ୍ଦ୍ର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୁରୀ, ଡେଲାଙ୍ଗ, ବ୍ରହ୍ମଗିରି, କୃଷ୍ଣ ପ୍ରସାଦ, ନିମାପଡ଼ା ଅଂଚଳର ୩୪ ଜଣ ପାଇକଗୁରୁଙ୍କୁ ମାନପତ୍ର ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ୍ ସ୍ୱାଇଁ, ବସନ୍ତ ଦାଶ, ମନୋରଂଜନ ପଶ୍ଚିମକବାଟ, ଇତିଶ୍ରୀ ସାହୁ, ସମରେନ୍ଦ୍ର ବଳିଆରସିଂହ, ଅଜୟ ମାନଧାତା, ଧରଣୀ ଛୋଟରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Paik-Smaraki-2-barsa-purti-Utsav-Khordha.jpeg)