ଅନ୍ତରଙ୍ଗ ସଦସ୍ୟ କୋଭିଡ ହିରୋ 

ଘୁ.ଉଦୟଗିରି : ଅନ୍ତରଙ୍ଗ, କନ୍ଧମାଳ ତରଫରୁ ବିଶ୍ଵ କୋରୋନା ଭୁତାଣୁ ମହାମାରୀ ରୋଗ ପାଇଁ ସଚେତନତା କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନିଆଯାଇଛି। ଏଥିମଧ୍ୟରୁ ଘୁ.ଉଦୟଗିରି ବ୍ଲକର ୮ଟି ପଞ୍ଚାୟତରେ ବିଭିନ୍ନ ଗାଁରେ ମାସ୍କ୍ ବଣ୍ଟନ, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଘରୁ ନବାହାରିବା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବର୍ତମାନ ଲକ୍ ଡାଉନ୍ ସମୟରେ ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟ ଆକାଶ ପ୍ରଧାନ ଘୁ.ଉଦୟଗିରି ବ୍ଲକର ୮ଟି ପଞ୍ଚାୟତ ତଥା ବିଭିନ୍ନ ଛକରେ ଓ କ୍ବାରେଣ୍ଟାଇନ କେନ୍ଦ୍ରରେ ବେଡ୍ ନମ୍ବର ଓ ରୁମ୍ ନମ୍ବର ଲେଖିବା ସହିତ କରୋନା ସଚେତନତା ପାଇଁ ଭୂତାଣୁ ଚିତ୍ର ଅଙ୍କନ କରିବା ସହ ସଚେତନତା ଲେଖା ମାଧ୍ୟମରେ ସଚେତନତା ଜାରି ରହିଛି।

ଆକାଶ ପ୍ରଧାନ ସ୍ଵେଚ୍ଛାସେବୀ ଭାବରେ ଏପରି ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସିଥିବାରୁ ନିଜକୁ ଖୁସି ମନେ କରୁଛି ବୋଲି କହିଛନ୍ତି। ଅଞ୍ଚଳରେ ଯୁବ ଗୋଷ୍ଠୀ ଓ ବୁଦ୍ଧିଜୀବିମାନେ ଆକାଶ ପ୍ରଧାନଙ୍କୁ କୋଭିଡ୍ ହିରୋ ବୋଲି କହୁଛନ୍ତି। ଯୁବକ ଯୁବତୀମାନେ ଏହି ଚିତ୍ର ଗୁଡ଼ିକରେ ଫୋଟୋ ଉତୋଳନ କରି ଫେସ୍ ବୁକ୍, ଇନଷ୍ଟାଗ୍ରାମ,ଟ୍ବିଟରରେ ଓ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରୁଛନ୍ତି ଏବଂ ଏହାକୁ ବିଭିନ୍ନ ମହଲରୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ଆଜି ଘୁ.ଉଦୟଗିରି ବ୍ଲକର ୮ଟି ପଞ୍ଚାୟତର ରଟିଙ୍ଗିଆ, ଗ୍ରେସିଙ୍ଗିଆ, ରାଇକଲା, କତିଙ୍ଗିଆ, ଲିଙ୍ଗାଗଡ଼, ମାଲିକାପଡ଼ି, କଳିଙ୍ଗା ଓ ତଲାରିମାହା ଓ ଘୁ.ଉଦୟଗିରି ପଞ୍ଚାୟତ କାର୍ଯ୍ୟାଳୟରେ ଚିତ୍ର ଅଙ୍କନ ସରିଯାଛି ଏବଂ ଏହା ଆଗାମୀ ଦିନରେ ଟିକାବାଲି ଓ ରାଇକିଆ ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହିପରି ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରାଯାଇଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏପରି କରୋନା ଭୂତାଣୁ ସଂକ୍ରମଣ ମହାମାରୀ ରୋଗ ପାଇଁ ଚିତ୍ର ଅଙ୍କନ କରି ସଚେତନତା ସୃଷ୍ଟି କରୁଥିବାରୁ ବିଭିନ୍ନ ଗାଁର ଯୁବଗୋଷ୍ଠୀ ଫୋନ ମାଧ୍ୟମରେ ଯୋଗାଯୋଗ କରି ଆକାଶ ପ୍ରଧାନଙ୍କୁ କଲ୍ କରି ଟଙ୍କା ଦେଇ ଚିତ୍ର ଅଙ୍କନ କରିବା ପାଇଁ ଡାକୁଛନ୍ତି। କିନ୍ତୁ ଆକାଶ ପ୍ରଧାନ ସେମାନଙ୍କୁ ମୁଁ ସ୍ଵେଚ୍ଛାସେବୀ ଭାବରେ ସଚେତନତା ସୃଷ୍ଟି କରିବା ମୋର ମୂଳ ଲକ୍ଷ ରହିଛି ବୋଲି ଫୋନ ମାଧ୍ୟମରେ ମନା କରିବା ସହ ସମୟ ହେଲେ ନିଶ୍ଚୟ ଆସିବି ବୋଲି ମଧ୍ୟ କହିଛନ୍ତି।

ଆକାଶ ପ୍ରଧାନ ପ୍ରତ୍ୟେକ ଯୁବକ ଯୁବତୀମାନେ ବିଶ୍ଵ କୋରୋନା ଭୁତାଣୁ ମହାମାରୀ ରୋଗର ପ୍ରତିରୋଧ କରିବା ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ଆଗକୁ ଆସିବା ନିହାତି ଆବଶ୍ୟକ ରହିଛି ବୋଲି ନିଜ ମତପ୍ରକାଶ କରିଛନ୍ତି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ଗାଁରେ ଲୋକମାନେ କରୋନା ରୋଗ କ’ଣ ଜାଣିପାରି ନାହାଁନ୍ତି ଯାହାକି ଯୁବକ ଯୁବତୀମାନଙ୍କ ଦ୍ବାରା ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି।
ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ରାଜେଶ ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ ଓ ନାରାୟଣ ନାୟକ ବିଭିନ୍ନ ସମୟରେ ଆକାଶ ପ୍ରଧାନଙ୍କୁ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର