ଆଜି ବିଶ୍ବ ପଖା‌ଳ ଦିବସ: କୋରାପୁଟର ଖୋଲିଛି ଭଳିକି ଭଳି ସମ୍ଭାର

କୋରାପୁଟ: ଓଡ଼ିଶାରେ ରହୁଥିବା ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି କଂସାରେ ଥିବା ପଖାଳ। ଖାଲି ଯେ ଓଡିଶା ବା ଓଡ଼ିଆ ନୁହେଁ ପଖାଳର ଲୋକପ୍ରିୟତା ବିଶ୍ୱ ସ୍ତରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପଖାଳ ଓଡ଼ିଆଙ୍କୁ ଦେଇଛି ଏକ ନୂଆ ପରିଚୟ। ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ବହୁତ ଗୁରୁତ୍ୱ ରଖେ। କାହିଁକି ନା ଏହାକୁ ଓଡ଼ିଶାକୁ ଭଲ ପାଉଥିବା ଓଡିଆଟିଏ ପାଳେ ‘ବିଶ୍ୱ ପଖାଳ ଦିବସ’। ପଖାଳ ଦିବସ ପାଳନ ହେବାକୁ ରହିଥିବାରୁ ଏବେ କୋରାପୁଟ ସହର ମଧ୍ୟରେ ରହିଥିବା ଛୋଟବଡ ହୋଟେଲ ସହ ଏହାର ଆଖପାଖ ଅଞ୍ଚଳରେ ରହିଥିବା ହୋଟେଲରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ମାଳଭୂମି କୋରାପୁଟକୁ ଶୀତ ଛାଡି ଯିବା ପରେ ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି। ରାତିରେ ଭୀଷଣ ଗରମ ଓ ପାହାନ୍ତିଆରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ତେଣୁ ଦିନରେ ଗରମରୁ ତ୍ରାହି ପାଇବାକୁ ଜିଲ୍ଲାର ଲୋକେ ଆରମ୍ଭ କରିଦେଲେଣି ପଖାଳ ଖାଇବା। ଏହି ପାଖାଳର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲରେ ପଖାଳମିଲ ସେବା ପ୍ରାଦନ କରିବାକୁ ଆରମ୍ଭ କରିଦେଲେଣି। ପଖାଳକୁ ନେଇ ଭିନ୍ନ ଭିନ୍ନ ଯୁଗ୍ମ ରେସେପି ଆରମ୍ଭ କରିଛନ୍ତି ସ୍ତାନୀୟ ହୋଟେଲ ମାଲିକ।

Sambad

ଖରାଦିନ ସହ ପଖାଳ ଦିବସକୁ ଦୃଷ୍ଟିରେ ରଖି ଗରମ ପଖାଳ, ଦହି ପଖାଳ, ଜିରା ପଖାଳ, ଲେମ୍ବୁ ପଖାଳ, ବାସୀ ପଖାଳ (ଉଭୟ ଉଷୁନା ଓ ଅରୁଆ) ଦେବାକୁ ଆରମ୍ଭ ହୋଇଛି। ଏହାସହ ଆମିଷରେ ମାଛ, ପୋହଳା, ଚିଙ୍ଗୁଡି, ଚିକେନ୍‌ କଶା, ମଟନ କଶା, ଚୁନା ମାଛ ପ୍ରଦାନ କରାଯାଉଛି।

ସେହିପରି ସାଧାରେ ୪ରୁ ୫ ପ୍ରକାର ସାଗ, ବଢି ଚୁରା, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଆଳୁ ଭଜା, ବଢିସାଗ ଭଜା, ପନୀର ଓ ମସରୁମ ପୋଡା ମଧ୍ୟ ଦିଆଯାଉଛି। ଆମିଷ କଂସାର ଦର ୧୦୦ ଟଙ୍କାରୁ ୨୬୦ ଟଙ୍କା ଯାଏ ରହିଥିବା ବେଳେ ସାଧା ପଖାଳ କଂସାର ଦର ୮୦ ଟଙ୍କାରୁ ଆରମ୍ଭ ହୋଇ ୧୬୫ ଟଙ୍କା ଯାଏ ରହିଛି।

ହୋଟେଲ ମାଲିକ ଲୋକନାଥ ସାହୁ କହିଛନ୍ତି ଯେ ଆସନ୍ତା ପିଢୀ ଯେପରି ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟର ମହକ ଠାରୁ ଦୂରେଇ ନଯାଏ, ଏହାର ମହତ୍ତ୍ୱ କୁ ଭୁଲି ନଯାଏ ସେଥିପାଇଁ ପ୍ରତିବର୍ଷ ମର୍ଚ୍ଚ ୨୦ ରେ ପାଳନ ହୁଏ ପଖାଳ ଦିବସ। ତେବେ ଆମ ହୋଟେଲ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ପଖାଳ କେବଳ ଏକ ଖାଦ୍ୟ ନୁହେଁ ଏହା ଓଡ଼ିଆଙ୍କ ସସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର