ରାୟଗଡା: ରାୟଗଡ ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ମାର୍ଚ୍ଚ ୨୦ ତାରିଖ  ପଖାଳ ଦିବସ ଅବସରରେ ରାୟଗଡଠାରେ ପଖାଳ ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ନ୍ୟୁ କଲୋନୀ ପୂଜା କମିଟି ସଭା ଗୃହ ପରିସରରେ ରାୟଗଡ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତଥା ପଞ୍ଚବଟୀର ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଏକ ଆସର ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସ୍ତମ୍ଭକାର ତଥା ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ପଖାଳ ଓଡ଼ିଆଙ୍କ ସ୍ବାଭିମାନ ଓ ଜଗତର ନାଥ ଜଗନ୍ନାଥଙ୍କ ଅନ୍ୟତମ ପ୍ରମୁଖ ବ୍ୟଞ୍ଜନ। ଏହା କେବଳ ବ୍ୟଞ୍ଜନ ନୁହଁ ଓଡ଼ିଆଙ୍କ ସୁଖଦୁଃଖର ଏକ ଆହାର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ  ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅର୍ଚ୍ଚନା ପଟନାୟକ ଯୋଗ ଦେଇ ଓଡ଼ିଆଙ୍କ ପଖାଳର ମହତ୍ବ ଓ ଗାରିମା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।

Advertisment

କବି ନାୟକ  ନିଜ ବକ୍ତବ୍ୟରେ ପଖାଳ ଓଡ଼ିଆଙ୍କ ଅସ୍ମିତା ଓ ବିଶ୍ଵ ପରିଚୟର ଅନ୍ୟତମ ପରିଚାୟକ। ପଖାଳ ଏବେ ପାଲଟିଛି ଓଡ଼ିଆଙ୍କ ସମ୍ମାନର ପ୍ରତୀକ। ରାୟଗଡ ‘ସମ୍ବାଦ’ ସାହିତ୍ୟ ଘରର ସାଙ୍ଗଠନିକ ସମ୍ପାଦକ ତଥା ସାହିତ୍ୟିକ ଦ୍ବିତୀଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ କବି ଜୟଦେବ ସିଠ, ବିମଳ ଚାନ୍ଦ ପଟ୍ଟନାୟକ, ଅଧ୍ୟାପିକା ରାଜଲକ୍ଷ୍ମୀ ଦେବୀ, ସସ୍ମିତା ମିଶ୍ର, ଲାବଣ୍ୟ ମୋହନ ପଟ୍ଟନାୟକ, ସୁବାସ ଚନ୍ଦ୍ର ବେହେରା, କଲ୍ୟାଣି ସାସମଲ, ତ୍ରିବେଣୀ ମିଶ୍ର, ପ୍ରତିମା ମିଶ୍ର, ଭାରତୀ  ଚୌଧୁରୀ, ନୀଳମଣି ପାଟଯୋଶୀ, ରୌମ୍ୟ ରଞ୍ଜନ ସାହୁ, ଶଶୀ ଭୂଷଣ ପଟ୍ଟନାୟକ, ଅରୁଣ କୁମାର ଲେଙ୍କା, ମହେଶ୍ଵତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେବା ସହ ପଖାଳ ଓ ଓଡ଼ିଆ ସଂସ୍କୃତିକୁ ନେଇ ନିଜ ନିଜର ବିଚାର ରଖିଥିଲେ। ଶେଷରେ ପଖାଳକୁ ନେଇ ଉପସ୍ଥିତ କବି କବିୟତ୍ରୀମାନେ କବିତା ପାଠ କରିଥିଲେ।