ବିଜେବି କଲେଜ ପରୀକ୍ଷା ଫଳ ପ୍ରକାଶିତ: କଳାହାଣ୍ଡି ଛାତ୍ରୀ ପଲ୍ଲବୀ ଯୋଶୀଙ୍କ କମାଲ

ଭବାନୀପାଟଣା: ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଏସ୍‌ସି. ପରୀକ୍ଷାରେ କଳାହାଣ୍ଡିର ଛାତ୍ରୀ ପଲ୍ଲବୀ ଯୋଶୀ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି। ପଲ୍ଲବୀ ଅର୍ନସ୍‌ ଓ ଡିଷ୍ଟିନ୍‌ସନ୍‌ ମଧ୍ୟ ପାଇଛନ୍ତି। ସେ ବିଜେବି କଲେଜରେ ବିଏସ୍‌ସି. ଅଧ୍ୟୟନ କରୁଥିଲେ। ବେଙ୍ଗାଲୁରୁସ୍ଥିତ ଖ୍ରୀଷ୍ଟ ୟୁନିଭରସିଟିରେ ଏମ୍‌ଏସ୍‌ସି. ଅଧ୍ୟୟନ କରୁଛନ୍ତି।

ଏଥି ପୂର୍ବରୁ ପଲ୍ଲବୀ ବିଶାଖାପାଟଣାର ବିକାଶ ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଲାଭ କରୁଥିଲେ। ଭବାନୀପାଟଣାର ଝିଅ ପଲ୍ଲବୀ ସିବିଏସ୍‌ଇ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିଲେ। ପ୍ରଥମ ଶ୍ରେଣୀଠାରୁ ସପ୍ତମ ପର୍ଯ୍ୟନ୍ତ ସ୍ଥାନୀୟ ବିମଳା କନ୍‌ଭେଣ୍ଟ ସ୍କୁଲରୁ ସଫଳତାର ସହିତ ଶିକ୍ଷା ଲାଭ କରିଥିବା ପଲ୍ଲବୀ ବିଶାଖାପାଟଣାର ଶ୍ରୀ ପ୍ରକାଶ ଶିକ୍ଷା ଅନୁଷ୍ଠାନରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ସିବିଏସ୍‌ଇ ଦଶମ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୯.୮ ସି.ଜି.ପି.ଏ. ମାର୍କ ରଖି ପାସ୍‌ କରିଥିଲେ।

ସିବିଏସ୍‌ଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଶତକଡା ୮୮ ନମ୍ବର ରଖି ପଲ୍ଲବୀ କଳାହାଣ୍ଡି ଜିଲ୍ଲାର ଗୌରବ ସୃଷ୍ଟି କରିଥିଲେ। ପଲ୍ଲବୀ ଭବାନୀପାଟଣାର ରାମସାଗରପଡାରେ ରହୁଥିବା ସାମ୍ବାଦିକ ସଞ୍ଜୀବ କୁମାର ଯୋଶୀ ଓ ଶିକ୍ଷୟତ୍ରୀ ଅପର୍ଣ୍ଣା ହୋତାଙ୍କର ଏକମାତ୍ର କନ୍ୟା ଅଟନ୍ତି। ତାଙ୍କର ଏହି ସଫଳତାରେ ତାଙ୍କ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଜିଲ୍ଲାର ବହୁ ଶିକ୍ଷାପ୍ରେମୀ ତାଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର