କୋଟିଆରେ ନିୟମ ଅନୁସାରେ ହେବ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜିଲ୍ଲାପାଳ

କୋରାପୁଟ : ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ଯେପରି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୁଏ ସେହିପରି ଭାବେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆରେ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଆଇନକୁ ମାନି ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ସୂଚନା ଦେଇଛନ୍ତି।

‌ସେ କହିଛନ୍ତି ଯେ ଆନ୍ଧ୍ର ସରକାର ସେମାନଙ୍କ ଅଞ୍ଚଳରେ ଏମପିସିଟି ନିର୍ବାଚନ କରାଇଛନ୍ତି। ଓଡ଼ିଶାର କୌଣସି ଅଂଶରେ ନିର୍ବାଚନ ହୋଇ ନାହିଁ କି ଓଡ଼ିଶାରୁ କୌଣସି ଲୋକ ଏହି ନିର୍ବାଚନରେ ଭାଗ ନେଇ ନାହାନ୍ତି। ଓଡ଼ିଶା ନିର୍ବାଚନ କମିଶନଙ୍ ନି‌େର୍ଦ୍ଦଶ ମୁତାବକ ରାଜ୍ୟରେ ଯେପରି ନିର୍ବାଚନ ହୁଏ ସେପରି କୋଟିଆ ଓଡ଼ିଶାର ଅବିଚ୍ଛେଦିଅ ଅଙ୍ଗ ହୋଇଥିବାରୁ ସେଠାରେ ମଧ୍ୟ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

ଏପ୍ରିଲ ୮ ତାରିଖରେ ଆନ୍ଧ୍ର ପକ୍ଷରୁ ଏମସିଟିସି ଓ ଜେଡ୍‌ପିଟିସି ନାରେଡିବାଲସାରେ ଏକ ବୁଥରେ ନିର୍ବାଚନ ହୋଇଥିଲା। ନିର୍ବାଚନ ନୀତି ନିୟମ ମାନି ନ ଥିବାରୁ ମାମଲା ଆନ୍ଧ୍ର ହାଇକୋର୍ଟରେ ପହଞ୍ଚିଥିଲାବେଳେ ନିର୍ବାଚନକୁ ରଦ୍ଧ କରାଯାଇଥିଲା। ଏହାପରେ ଗୁରୁବାର ଦିନ ଆନ୍ଧ୍ର ହାଇକୋର୍ଟରେ ଶୁଣାଣୀ କରାଯାଇ ନିର୍ବାଚନ ଫଳାଫଳ ପ୍ରକାଶ କରିବାକୁ କୁହାଯାଇଥିଲା। ରବିବାର ଦିନ ନିର୍ବାଚନ ଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜୟ ଉତ୍ସବ ପାଳନ ହୋଇପାରି ନ ଥିଲା।

 

ସମ୍ବନ୍ଧିତ ଖବର