ଥମୁନି ଖାପ ପଞ୍ଚାୟତ, ଧର୍ମ ପରିବର୍ତ୍ତନ କରିବାରୁ ୪ ପରିବାରକୁ ବାସନ୍ଦ

ଘର ଭାଙ୍ଗି ଆକ୍ରମଣ କଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଥମୁନି ଖାପ ପଞ୍ଚାୟତ।ପୁଣି ଏଭଳି ଘଟଣା ଘଟିଛି ପଡିଆ ଥାନା ଅନ୍ତର୍ଗତ କମାରଗୁଡା ଗ୍ରାମରେ। ଗ୍ରାମର ୪ଟି ପରିବାର ଧର୍ମ ପରିବର୍ତ୍ତନ କରିଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଗ୍ରାମରେ ଖାପ ପଞ୍ଚାୟତ ବସାଇଥିଲେ। ଖାପ ପଞ୍ଚାୟତରେ ୧୦ ହଜାର ଟଙ୍କା ଜରିମାନା କରିଥିଲେ।ଚାରୋଟି ପରିବାର ୧୦ ହଜାର ଟଙ୍କା ଦେଇ ନଥିବାରୁ ଗ୍ରାମରୁ ସେମାନଙ୍କୁ ବାସନ୍ଦ ମଧ୍ୟ କରାଯାଇଥିଲା। ହଠାତ ଗତକାଲି ରାତିରେ କମାରଗୁଡା ଗ୍ରାମବାସୀ ଚାରୋଟି ପରିବାର ଉପରେ ଆକ୍ରମଣ କରିବା ସହ ଘର ଓ ଦୋକାନ ଗୃହକୁ ଭଙ୍ଗାରୁଜା କରିଥିଲେ।

Sambad

ଭାଙ୍ଗାରୁଜାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିବା ଜଣାପଡିଛି। ଏହି ଘଟଣା ପରେ ସୁକୁଡି ଏଲମା, କାସି ମାଢୀ, ରାଜେ ମାଢୀ ଏବଂ ମାଢୀ ଆଡମେଙ୍କ ପରିବାରର ଲୋକେ ଭୟଭିତ ହୋଇ ପଡିଆ ଥାନାରେ ଆଶ୍ରୟ ନେବା ସହ ଲିଖିତ ଅଭିଯୋଗ କରିଥିଲେ। ପଡିଆ ପୁଲିସ କମାରଗୁଡା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ୧୦ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଇର୍ମା ବେଟ୍ଟି, କାନା ବେଟ୍ଟି, ସିଙ୍ଗା କାର୍ତ୍ତାମି, ଦେବ କାବାସୀ, ଆଡମା ବେଟ୍ଟି, ଲଛମା ବେପାରୀ, ଇର୍ମା ମାଢୀ, ଦୁଲା ମାଢୀ, ପଣ୍ଡା କାବାସୀ ଏବଂ ଗଙ୍ଗା କାବାସି। ଘର ଗୁଡିକର କାନ୍ଥ ଓ ଛପର ଭାଙ୍ଗିଥିବା ସହ ଖାପ ପଞ୍ଚାୟତରେ ୧୦ ହଜାର ଟଙ୍କ‌ା ଜୋରିମାନା କରିଥିବା କଥା ଗ୍ରାମବାସୀ ସ୍ବୀକାର କରିଥିବା ବେଳେ ପରିବାର ଲୋକଙ୍କୁ କୌଣସି ଆକ୍ରମଣ କରିନାହାନ୍ତି ବୋଲି କହିଛନ୍ତି। ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ସମାଧାନ କରିଥିବା କଥା କହିଥିବା ବେଳେ କିନ୍ତୁ ଆକ୍ରମଣ କରିଥିବା ଗ୍ରାମବାସୀ ଆମେ ଠିକ କରିଛୁ ବୋଲି କହିଛନ୍ତି। ପୁଲିସ ଏନେଇ ଅଧିକା ତଦନ୍ତ କରୁଛି ବୋଲି କହିଛି।

ସମ୍ବନ୍ଧିତ ଖବର