ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛବିନ୍ଦ୍ର ସାହୁଙ୍କ ଗତ ରାତି ଦେହାନ୍ତ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଲ ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଲଗାଁ ଓ ଡୁମରିଆ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଛବିନ୍ଦ୍ର ସାହୁ ଗତ କିଛି ଦିନ ତଳେ ଶଗଡ଼ା ଅଞ୍ଚଳକୁ ନିଜେ କରୋନା ଟେଷ୍ଟ ପାଇଁ ଯାଇଥିଲେ । ସେଠାରେ ଟେଷ୍ଟିଙ୍ଗ ଟିମ ନଆସିବାରୁ ଫେରିବା ସମୟରେ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଗୁରୁତର ଭାବେ ତାଙ୍କୁ
ଚିକିତ୍ସା ନିମନ୍ତେ ବିଶାଖାପାଟଣାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ଟେଷ୍ଟ ପରେ ପଜିଟିଭ ଥିବା ଜଣାପଡିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ଛବିନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା l
ପୂର୍ବବର୍ତ୍ତୀ ଖବର
‘ନକ୍ସଲଙ୍କୁ କହି ଥାନା ଉଡାଇଦେବି’ ଖୋଲାଖୋଲି ଧମକ ଦେଲେ ବିଧାୟକ ପ୍ରାର୍ଥୀ
ସମ୍ବନ୍ଧିତ ଖବର