ଭଦ୍ରକ: ରାଜ୍ୟ ନିର୍ବାଚନ କମିସନ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଭଦ୍ରକ ଜିଲ୍ଲାରେ ବାଜିଛି ନିର୍ବାଚନ ବିଗୁଲ। ଚଳଚଞ୍ଚଳ ହୋଇ ଉଠିଛି ଜିଲ୍ଲାର ରାଜନୈତିକ କ୍ଷେତ୍ର । ସବୁ ମହଲରେ ତତ୍ପରତା ପ୍ରକାଶପାଇଛି। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଲାଗିପଡିଛନ୍ତି ନିର୍ବାଚନ ପରିଚଳାନା କାର୍ଯ୍ୟରେ।
ଭଦ୍ରକ ଜିଲ୍ଲାରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ୨୮ ଟି ଜିଲ୍ଲା ପରିଷଦ ଜୋନ୍, ୨୧୮ ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ , ୩ ହଜାର ୫୬ ଟି ୱାର୍ଡ ସଭ୍ୟ ପଦବୀ ପାଇଁ ହେବ ନିର୍ବାଚନ । ଜିଲ୍ଲାରେ ଚଳିତ ନିର୍ବାଚନରେ ମୋଟ ୧୧ ଲକ୍ଷ ୮ ହଜାର ୬୩୦ ଜଣ ଭୋଟର ମତଦାନ କରିବେ ବୋଲି ସୂଚନା ମିଳିଛି। ସେଥିରୁ ଭଦ୍ରକ ବ୍ଲକରେ ୪ ଟି ଜିଲ୍ଲାପରିଷଦ ଜୋନ୍ , ୩୬ ଟି ଗ୍ରାମ ପଞ୍ଚାୟତ ଓ ୫୦୦ ଟି ୱାର୍ଡ ପାଇଁ ହେବ ନିର୍ବାଚନ। ଏଇ ବ୍ଲକରେ ୧ ଲକ୍ଷ ୭୯ ହଜାର ୫୧ ଜଣ ଭୋଟର ରହିଛନ୍ତି।
ସେହିପରି ବନ୍ତ ବ୍ଲକରେ ୩ ଟି ଜିଲ୍ଲାପରିଷଦ ଜୋନ୍, ୨୫ ଟି ଗ୍ରାମ ପଞ୍ଚାୟତ ଓ ୩୩୮ ଟି ୱାର୍ଡ ପାଇଁ ନିର୍ବାଚନ ହେବ। ଏଇ ବ୍ଲକରେ ମୋଟ ୧ ଲକ୍ଷ ୨୫ ହଜାର ୩୭୦ ଜଣ ଭୋଟର ରହିଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୩ ଟି ଜିଲ୍ଲା ପରିଷଦ ଜୋନ୍, ୨୩ ପଞ୍ଚାୟତ, ୩୧୬ ୱାର୍ଡ ପାଇଁ ନିର୍ବାଚନ ହେବ। ଏଠାରେ ୧ ଲକ୍ଷ ୧୧ ହଜାର ୯୧୦ ଜଣ ଭୋଟର ରହିଛନ୍ତି। ଚାନ୍ଦବାଲି ବ୍ଲକରେ ୫ ଟି ଜିଲ୍ଲାପରିଷଦ ଜୋନ୍, ୩୬ଟି ପଞ୍ଚାୟତ, ୪୭୬ ଟି ୱାର୍ଡ ପାଇଁ ନିର୍ବାଚନ ହେବ। ଏଠାରେ ୧ ଲକ୍ଷ ୮୩ ହଜାର ୯୪୯ ଜଣ ଭୋଟର ରହିଛନ୍ତି।
ତିହିଡି ବ୍ଲକରେ ୪ ଟି ଜିଲ୍ଲା ପରିଷଦ ଜୋନ, ୩୧ ଟି ପଞ୍ଚାୟତ, ୫୩୬ ଟି ୱାର୍ଡ ପାଇଁ ନିର୍ବାଚନ ହେବ। ଏଠାରେ ୧ ଲ’ ୬୪ ହଜାର ୨୫୩ ଜଣ ଭୋଟର ଅଛନ୍ତି। ବାସୁଦେବପୁର ବ୍ଲକରେ ୫ ଟି ଜିଲ୍ଲା ପରିଷଦ ଜୋନ୍, ୩୬ ଟି ପଞ୍ଚାୟତ, ୪୮୫ ଟି ୱାର୍ଡ ପାଇଁ ନିର୍ବାଚନ ହେବ। ଏଠାରେ ୧ ଲକ୍ଷ ୮୮ ହଜାର, ୪୧୩ ଜଣ ଭୋଟର ରହିଛନ୍ତି। ସେହିପରି ଧାମନଗର ବ୍ଲକରେ ୪ ଟି ଜିଲ୍ଲା ପରିଷଦ ଜୋନ୍, ୩୧ ଟି ପଞ୍ଚାୟତି, ୪୦୫ ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏଠାରେ ୧ ଲକ୍ଷ ୫୫ ହଜାର, ୬୮୪ ଜଣ ଭୋଟର ରହିଛନ୍ତି। ଏଇସବୁ ବ୍ଲକରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାର୍ଇୀ ଚୟନ ନେଇ ମଧ୍ୟ ଦଳୀୟ ନେତାଙ୍କ ପାଖରେ ଭିଡ ଜମିବା ଆରମ୍ଭ ହୋଇଯାଇଛି।
ମୁଖ୍ୟତଃ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଘରେ ଏବେ ତୃଣମୂଳସ୍ତରର କର୍ମୀ ଓ ନେତାମାନେ ଡେରା ପକାଇବା ଆରମ୍ଭ କରିଛନ୍ତି। କାହାକୁ ଦଳୀୟ ଜିଲ୍ଲା ପରିଷଦ ଟିକଟ ମିଳିବ, ତାକୁ ନେଇ ଆଜିଠାରୁ ଆରମ୍ଭ ହୋଇଯାଇଛି ପ୍ରାର୍ଥୀ ଚୟନ ପ୍ରକ୍ରିୟା। ସେହିପରି ପଞ୍ଚାୟତ ସ୍ତରରେ କାହାକୁ ସରପଞ୍ଚ ପ୍ରାର୍ଥୀ ଓ କାହାକୁ ସମିତି ସଭ୍ୟ ପ୍ରାର୍ଥୀ କରାଯିବ ତାହାକୁ ନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି କେଉଁ ୱାର୍ଡରେ କିଏ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀ ହେବ ସେଥିପାଇଁ ମଧ୍ୟ ପଞ୍ଚାୟତସ୍ତରୀୟ ନେତାଙ୍କ ପାଖରେ ଯୋଜନା ପ୍ରସ୍ତୁତି ହେଉଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜିଠାରୁ ଜିଲ୍ଲାରେ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)