ଜୟପୁର: ୫ଦିନ ଧରି ଚାଲିବାକୁ ଥିବା ପୌରାଂଚଳସ୍ତରୀୟ ‘‘ପରବ’’ଆଜି ଉଦଘାଟିତ ହୋଇଯାଇଛି। ଆଜି ସକାଳୁ ମା’ ଭଗବତୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମା’ଙ୍କ ନିକଟରୁ ମଶାଲ ଶୋଭାଯାତ୍ରା ଦଶହରା ପଡ଼ିଆ ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ମଶାଲକୁ ଧରି ଶୋଭାଯାତ୍ରାରେ ଭାଗ ନେଇଥିଲେ। ବିଭିନ୍ନ ଏସଏଚଜି ଗୃପ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଧାୟକ ବାହିନୀପତି ଢ଼େମସା ଓ ଲୋକନୃତ୍ୟ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ସହ କିଛି ମହିଳା ଓ ପୁରୁଷ କାଉନସିଲର ବି ନାଚୁଥିବା ଦେଖିବାକୁ ମିଳିଥିଲା। ବାଦ୍ୟ ବାଜା, ବାଜଣା, ଆତସବାଜୀରେ ସହର ଦୁଲୁକି ଉଠିଥିଲା।

Advertisment

ଏହି ଶୋଭାଯାତ୍ରାରେ କେସିସି ବ୍ୟାଙ୍କ ପରିଚାଳନା କମିଟି ଅଧ୍ୟକ୍ଷ ଇଂ.ଇଶ୍ବର ପାଣିଗ୍ରାହୀ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ବିଜେଡି ନେତା ସୁବାସ ରାଉତ, ପୂର୍ବତନ ପୌର ଉପାଧ୍ୟକ୍ଷ ମୁନ୍ନା ରଥ, ବାପି ପରିଡ଼ା, ଧର୍ମେନ୍ଦ୍ର ଅଧିକାରୀ, ସିଡିଏମଓ ଡ.ଅରୁଣ ପାଢ଼ୀ, ସ୍ବେଚ୍ଛାସେବୀ ସଂଜୟ ଜୈନ, ନିଶାନ ପଟ୍ଟନାୟକ, କାର୍ତ୍ତିକ ରାଉତ, ଶଙ୍କର ପ୍ରହରାଜ, ଲକ୍ଷ୍ମୀକାନ୍ତ ମିଶ୍ର, ଦେବେନ୍ଦ୍ର ବାହିନୀପତିଙ୍କ ସହ କାଉନସିଲର ପି.ବିଷ୍ଣୁବର୍ଦ୍ଦନ ରେଡ୍ଡୀ, ସୁଷମା ମହାପାତ୍ର, ଅନିତା ରାୟ, ପ୍ରଣବ କିଶୋର ନାୟକ, ପାର୍ଥସାରଥୀ ମଲ୍ଲିକ, ଯଶବିନ୍ଦର ସିଂ, ବାବୁ ବିଶୋଇ, ଗୋପୀନାଥ ମହାନ୍ତିଙ୍କ ସହ ଅନ୍ୟ କାଉନସିଲର ଓ କର୍ମଚାରୀ ପ୍ରମୁଖ ଭାଗ ନେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟ କିରାଣୀ ଗୋପାଳ ସାହୁ, ବୃନ୍ଦାବନ ମହାନ୍ତି , ପି.ଜଗଦୀଶ ରାଓ, ରାଜଶେଖର ରାଓ ପ୍ରମୁଖ ସହଯୋଗ କରିଥିଲେ।