ଜଗତସିଂହପୁର: ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ପୂର୍ବତନ ବିଜେଡି ବରିଷ୍ଠ ନେତା ତଥା ବର୍ତ୍ତମାନର ବିଜେପି ନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ବାଛିଥିବା ବେଳେ ବିଜେପି ସଂପଦ ସ୍ୱାଇଁଙ୍କୁ ଭରସିଛି । ଏବଂ ଅରିନ୍ଦମ ସର୍ଖେଲ ତଥା ବାପି ସର୍ଖେଲଙ୍କୁ କଂଗ୍ରେସ ମୈଦାନକୁ ଓହ୍ଲାଇଛି। ତେବେ ଉପକୂଳ ରାଜନୀତିରେ ପାରାଦୀପ ନିର୍ବାଚନ ମଣ୍ଡଳୀର ଖୁବ୍ ଦବଦବା ରହିଛି।
ବିଜେଡିରୁ ବହିଷ୍କୃତ ହେବା ପରେ ସ୍ଥାନୀୟ ବିଧାୟକ ଦାମୋଦର ରାଉତଙ୍କର ଲୋକପ୍ରିୟତା ଗ୍ରାଫରେ କିଛିଟା ଅବନତି ହୋଇଛି। ଦାମ ବାବୁ ବିଜେପିରେ ସାମିଲ ହେବା ପରେ ବିଜେପି ଟିକେଟରୁ ପାରଦୀପ ପରିବର୍ତ୍ତେ ବାଲିକୁଦା-ଏରସମାରେ ଲଢିବେ । ତେବେ ଦାମଙ୍କର ଏହି ବଳିଦାନ ପୁଅ ସମ୍ବିତଙ୍କ ପାଇଁ ବୋଲି ଚାରି ଆଡୁ ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ପାରଦୀପ ଲଢେଇ ପାଇଁ ସମ୍ବିତ ରାଉତଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ।
ସେପଟେ ୨୦୧୪ରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଅରିନ୍ଦମ ସର୍ଖେଲଙ୍କୁ ଦଳ ପୁଣି ଥରେ ଭରସିଛି । କଂଗ୍ରେସ ୨୦୧୪ରେ ଏ ନିର୍ବାଚନ ମଣ୍ଡଳୀରେ ଅଧିକ ୧୦ ପ୍ରତିଶତ ଭୋଟ ବ୍ୟାଙ୍କ ବୃଦ୍ଧି କରିଛି। ଅର୍ଥାତ ବର୍ତମାନ ପାରାଦୀପରେ କଂଗ୍ରେସର ୨୧୨ ପ୍ରତିଶତରୁ ଅଧିକ ଭୋଟ୍ ରହିଛି। ବିଜେପି ମାତ୍ର ୪ ପ୍ରତିଶତ ଭୋଟ୍ ପାଇଥିବାରୁ କଂଗ୍ରେସର ବହୁ ପଛରେ ରହିଛି। ତେଣୁ ପାରାଦୀପରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଉଭୟ ବିଜେଡି ଓ ବିଜେପିର ନୁଆ ମୁହଁ ରହିଥିବା ବେଳେ କଂଗ୍ରେସର ପୁରୁଣା ତଥା ହେଭିୱେଟ ନେତା ଅରିନ୍ଦମ ସର୍ଖେଲଙ୍କୁ କଂଗ୍ରେସ ପୁଣିଥରେ ପ୍ରାର୍ଥୀ କରିବା ପରେ ଏଠାରୁ ୨୦୧୯ର ଲଢ଼େଇ ଖୁବ୍ ଜମିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି ।
ତେଣୁ କଂଗ୍ରେସର ପାରଦୀପ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲ ହେବା ପରେ, ବିଜେପିର ମଙ୍ଗ ଧରିଛନ୍ତି ସଂପଦ ସ୍ୱାଇଁ ଏବଂ ଦାମବାବୁଙ୍କ ପୁଅ ସମ୍ବିତ ରାଉତ କଣ ବାପାଙ୍କ ଭଳି ପାରାଦୀପବାସୀଙ୍କ ହୃଦୟ ଜିଣିବାରେ ସକ୍ଷମ ହେବେ ତାହା ସମୟ କହିବ ।