ଭୁବନେଶ୍ୱର: ଗତକାଲି ଟିକେଟ ନ ମିଳିବାରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି କେ ନାରାୟଣ ରାଓ ।
/sambad/media/post_attachments/wp-content/uploads/2019/03/IMG-20190320-WA0077.jpg)
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ସଭାପତି ବିସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ନିଜର ଶହ ଶହ ସମର୍ଥକଙ୍କ ସହିତ ଯୋଗ ଦାନ କରିଛନ୍ତି ପୂର୍ବତନ ବିଧାୟକ। ସେ ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଟିକେଟ୍ ନ ମିଳିବାରୁ ମଙ୍ଗଳବାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କୋଦୁରୁ ନାରାୟଣ ରାଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ। ରାଓଙ୍କ ସମେତ ୬୦ ଜଣ ଲୋକ ପ୍ରତିନିଧି ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ଇସ୍ତଫା ପତ୍ରରେ ନାରାୟଣ ଲେଖିଥିଲେ, ଅଜଣା ଲୋକଙ୍କୁ ବିଜେଡି ଟିକେଟ ଦେଇଛି। ଏପରିକି କେତେ ବ୍ଲକ ଅଛି ଜାଣି ନଥିବା ଲୋକ ମଧ୍ୟ ଟିକେଟ ପାଇଛନ୍ତି। କେବଳ ସେତିକି ନୁହେଁ, ବିଜେଡିର ପ୍ରାଥମିକ ସଦସ୍ୟ ନ ଥିବା ବ୍ୟକ୍ତି ମଧ୍ୟ ଟିକେଟ ପାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ପାରଳାଖେମୁଣ୍ଡିରୁ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍ ମିଳିଛି।
ସୂଚନାଯୋଗ୍ୟ କେ ନାରାୟଣ ରାଓ ଚତୁର୍ଦ୍ଦଶ ଓଡ଼ିଶା ବିଧାନସଭା ନିର୍ବାଚନରେ ପାରଳାଖେମୁଣ୍ଡିର ବିଧାୟକ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/K-Narayan-Rao-Regins-joins-BJP_Thumbnail.jpg)