ପାଇଖାନାରେ ପକ୍ଷାଘାତ ଶ୍ୟାମ

କେନ୍ଦୁଝର: ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନା ବିଜୁ ପକ୍କାଘର ଯୋଜନାରେ ଘର ମିଳିଛି । ଏମିତି ଅବସ୍ଥାରେ ୯ଟି ସନ୍ତାନ ସନ୍ତତିଙ୍କୁ ନେଇ ପାଇଖାନାରେ ବିତୁଛି ଶ୍ୟାମ ନାଏକଙ୍କ ସଂସାର ।
କେନ୍ଦୁଝର ସଦର ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତର ଫାର୍ମ ସାହିରେ ରୁହନ୍ତି ଶ୍ୟାମ ନାଏକ । ବୟସ ୫୫ ବର୍ଷ । ଦୀର୍ଘ ଦିନ ଧରି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ହାତଗୋଡ କାମ କରୁ ନାହିଁ। ଶ୍ୟାମଙ୍କର ଏକ ଭଙ୍ଗା ଘର ଥିଲେ ବି ସେଠାରେ ସ୍ଥାନ ଅଭାବରୁ ସେ ୯ଟି ସନ୍ତାନ ସହ ପାଇଖାନାରେ ରହୁଛନ୍ତି। ଦୀର୍ଘ ଦିନ ଧରି ଅପ୍ରାଣ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କୁ ମିଳି ପାରି ନାହିଁ ସରକାରୀ ଗୃହ । ଶ୍ୟାମ ନାଏକ ପକ୍ଷାଘାତରେ ଶିକାର ହେବା ପୂର୍ବରୁ ଦିନ ମଜୁରିଆ ଭାବେ କାମ କରୁଥିଲେ । ଏବେ ପକ୍ଷାଘାତ ହେବା ପରେ ତାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖାଲି ଶ୍ୟାମ ନାଏକ ନୁହନ୍ତି, ଏହ ଗ୍ରାମର ଦିଲ୍ଲୀପ ବେଣ୍ଟକାର, ଗଦା ବଣ୍ଟେକାର, ଯଦୁ ବେଣ୍ଟକାର, ସୁନୀଲ ବେଣ୍ଟକାର, ମହରଗୀ ବେଣ୍ଟକାର, ଅଜୁ ବେଣ୍ଟକାର, ଭଗୁ ବେଣ୍ଟକାର, ରୟା ବେଣ୍ଟକାର ପ୍ରମୁଖ ବାସିନ୍ଦାଙ୍କୁ ଆଜି ଯାଏ ସରକାରୀ ଘର ମିଳି ପାରି ନାହିଁ । ଫଳରେ ଏମାନେ ମୁଣ୍ଡ ଗୁଞ୍ଜିବାକୁ ନାନା ଅସୁବିଧାରେ ପଡ଼ୁଛନ୍ତି ।

ସମ୍ବନ୍ଧିତ ଖବର