ଅସ୍ଥାୟୀ ନିଯୁକ୍ତି ସତ୍ତ୍ୱେ ନିଷ୍ଠାର ସହିତ ସେବା କରୁଛନ୍ତିି ପାରାମେଡିକାଲ କର୍ମଚାରୀ, ନିୟମିତ କରିବାକୁ ସରକାରଙ୍କୁ କଲେ ନିବେଦନ

ଭବାନୀପାଟଣା: କରୋନା ମହାମାରୀ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ। ସେ ଡାକ୍ତର ହୁଅନ୍ତୁ କିମ୍ବା ନର୍ସ ବା ପାରା ମେଡିକାଲ କର୍ମଚାରୀ । ଏହି ଆଗଧାଡିର ଯୋଦ୍ଧାମାନେ ଲୋକମାନଙ୍କ ସ୍ୱାବ୍‌ ସଂଗ୍ରହ କରିବାଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସାରେ ଆଗେଇ ଆସିଛନ୍ତି। ରୋଗୀଙ୍କ ସହ ରହୁଥିବା ଡାକ୍ତର ଓ ନର୍ସ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ମାତ୍ର ସ୍ୱାବ୍‌ ସଂଗ୍ରହ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରୁଥିବା ପାରାମେଡିକାଲ କର୍ମଚାରୀ (ସ୍ୱାସ୍ଥ୍ୟକର୍ମୀ ମହିଳା ଓ ପୁରୁଷ) ଲୋକଲୋଚନକୁ ଆସିପାରୁନାହାନ୍ତି। ସ୍ୱାବ୍‌ ସଂଗ୍ରହ ଭଳି ଏକ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହୋଇଥିବା ପାରାମେଡିକାଲ କର୍ମଚାରୀ ବି ଅନ୍ୟତମ ପ୍ରମୁଖ ଯୋଦ୍ଧା ସାଜିଛନ୍ତି। କାରଣ ସେମାନେ ଲୋକଙ୍କ ସ୍ୱାବ୍‌ ସଂଗ୍ରହ କରିବା ପରେ ହିଁ, ତାହା ପରୀକ୍ଷା ପାଇଁ ପଠାଯାଇଥାଏ। ପରବର୍ତୀ ସମୟରେ ଏହି ନମୂନା ପଜିଟିଭ୍‌ କିମ୍ବା ନେଗେଟିଭ୍‌ ବୋଲି ସ୍ପଷ୍ଟ ହୋଇଥାଏ। ରାଜ୍ୟରେ କରୋନା ଧୀରେ ଧୀରେ କାୟା ବିସ୍ତାର କରିବାକୁ ଆରମ୍ଭ କରିବା ପରେ କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଅସ୍ଥାୟୀ ଭାବେ ଡାକ୍ତର, ଷ୍ଟାଫ ନର୍ସ ଓ ପାରା ମେଡିକାଲ ଷ୍ଟାଫ (ବହୁ ମୁଖୀ ସ୍ୱାବ୍‌ କର୍ମୀ ମହିଳା ଓ ପୁରୁଷ) ମାନଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଦେଇଥିଲେ। ଏହି ସମୟରେ ଅନେକ ପାରା ମେଡିକାଲ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିଲେ।

କଳାହାଣ୍ଡିର ବିଭିନ୍ନ ଡ଼ାକ୍ତର ଖାନାରେ ବହୁ ମୁଖୀ ସ୍ୱାବ୍‌ କର୍ମୀ (ପୁରୁଷ ଓ ମହିଳା)ଙ୍କୁ ଏପ୍ରିଲ ମାସରେ ନିଯୁକ୍ତି ଦିଆଯାଇଥିଲା ଯ ଏବେ ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ରାପିଡ ଟେଷ୍ଟିରେ ନିୟୋଜିତ କରାଯାଇଥିଲା। ଏବେ ସେମାନେ ତାଙ୍କର କାମ ଠିକ ଭାବରେ କରୁଛନ୍ତି। ରବିବାର ଦିନ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଥିବାବେଳେ ସେହିଦିନର ଦରମା ତାଙ୍କୁ ନମିଳିବା ଏବଂ ବିଭିନ୍ନ କ୍ଷେତ୍ରର ଅତିରିକ୍ତ ପ୍ରାପ୍ୟ ଦରମା ସହିତ ମାସିକ ପ୍ରଦାନ କରିବା ଦାବି ଜଣାଇଛନ୍ତି। କ୍ଷେତ୍ର କାର୍ଯ୍ୟରେ ଜିଲ୍ଲାର ବିଭିନ୍ନ ଉପସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ହେଉଥିବା ନିୟମିତ ଟୀକାକରଣ, ଭିଏଚଏନଡି, ବିଭିନ୍‌ ସରକାରଙ୍କର କାର୍ଯ୍ୟକ୍ରମର ସର୍ଭେ ଆଦି କାର୍ଯ୍ୟରେ ସହଯୋଗରେ ସ୍ୱାସ୍ଥ୍ୟକର୍ମୀଙ୍କର ଅବଦାନ ଅତୁଳନୀୟ। କରୋନା ଯୋଦ୍ଧାଭାବେ ଲଢେଇକରି କ୍ଷେତ୍ର କାର୍ଯ୍ୟରେ ନିୟୋଜିତ ରହି କାର୍ଯ୍ୟକରିବାରେ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳକୁ ସରକାର ସୁଦୃଢ କରି ତୁରନ୍ତ ଚାକିରିକୁ ନିୟମିତ କରାଯାଉବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର